Sahitya Jibana

Portal on odia literature

ସୁନା ସ୍ୱପ୍ନ ଭାଙ୍ଗି ଗଲା – ଗୋକୁଳ ସାହୁ

1 min read

ଶୀତୁଆ ସକାଳର କ୍ଅଁଳିଆ ସୂର୍ଯ୍ୟ,ମୃଦକିରଣ ଦେହକୁ ବେଶ୍ ଆରାମ୍ ଲାଗୁଥାଏ ।ଘର ସାମ୍ନାରେ ଚୈୟାର୍ ଉପରେବସି ପେପର ପଢୁଛନ୍ତି ରୂପେଶ ଦାଶ। ତାଙ୍କର ସ୍ତ୍ରୀ ଲିପ୍ସା ଚା କପ୍ ଟି ଧରି ଆସିଲେ “ହେଇ ଚା ନିଅ” ।ଏଥର ରୂପେଶ କୁତୂହଳରେ ଟିକିଏ ଯୋର୍ ରେ ଟିକିଏ ଯୋର୍ ଦେଇ କହିଲେ “ତମେ ମୋ ସାଥିରେ ଯିବ ଯିବ ଯିବ”।ଶ୍ରୀମତୀ ବି କମ୍ ନୁହନ୍ତି ଅଧା ଅଧା ହସରେ ମିଠେଇ କହିଲେ ” କ’ଣ ହେଲା ପ୍ରାଣେଶ୍ଵର ପେପର ରେ ସେମିତି ଲେଖା ଅଛିକି”?

ରୂପେଶ-“ହଁ ଲେଖା ହେଇଛି କାଲି ରାତିରେ ଯୋଉ କଥାକୁ ଜିଦ୍ କରୁଥିଲ ,ପବନ ଆକାଶ ମାର୍ଗରେ ଉଡେଇନେଇ ପେପର ବାଲାଙ୍କ କାନରେ ଫୁସୁ ଫୁସୁ କହିଦେଲା ଆଉପେପରବାଲେ ବାହାର କରିଦେଲେ”। “ହଁ–ଯେ ଏତେ ରାଗୁଛ କାହିଁକି” ।

ରୂପେଶ-“ରାଗିବା କଥା ମତେ କୁହନି ରାଗିଲେ ନାଁ ଭୋ ଭୋ କାନ୍ଦି ଦେବି ଦୁଇବର୍ଷ କାଳ ତୁମ ପଛରେ ଧାିଇଁ ଧାଇଁ ମୁଁ ଆଉ ମୁଁ ପରିନଥାଇ, ଏଇ ଦୁଇମାସ ହେଲା ଗଳାରେ ଜଞ୍ଜିର୍ ଟା ବାନ୍ଧି ଦେଲଯେ କ୍ଷଣେ ନ ଦେଖିଲେ ରହିବାଟା ଅସମ୍ଭବ ।ଆରେ ଭାଇ କମ୍ପାନୀ ଚାକିରିଟା, ଅଫିସ୍ ରୁ ଘରକୁ ଆସିଲେ ଏକା ଏକା ଲଗିବ ବହୁତ ମନେପଡିବ ।ଲିପ୍ସା କହିଲେ”ହଁ ବା ବା ଯିବା ମାଁ ବି ଅନୁମତି ଦେଇ ସାରିଛନ୍ତି,ଏଥର ଖୁସିତ”? ସତେ–ପ୍ରେମରେ କୁଣ୍ଡେଇ ପକେଇଲେ ରୂପେଶ ।”ଏ—ଛାଡ—-ଛାଡ କ’ଣ ଛୁଆଙ୍କ ପରି ହେଉଛ”।

 

ଏକସପ୍ତାହ ପରେ

 

ରାଉରକେଳା ସହର ଏଥର କମ୍ପାନୀ ରୁମ୍ ରେ ରହୁନାହାନ୍ତି ରୂପେଶ ସ୍ତ୍ରୀଙ୍କ ସହିତ ଘର ଭଡାରେ ରହୁଛନ୍ତି ।ଲିପ୍ସା କହିଲେ “ଶୁଣୁଛ ଘରେ କିଛିନାହିଁ ବଜାରକୁ ଯାଇ କିଛି ପନିପରିବା ଆଣ ରୋଷେଇ କରିବା”। ବାଇକ୍ ଧରି ବାହାରି ପଡିଲେ ରୂପେଶ ଚିନ୍ତାକଲେ,ଦାମୋଦର ସହିତ ଟିକିଏ ସାକ୍ଷାତ୍ କରିବା, ବହୁତ ଦିନ ହେଇଗଲା ଭେଟପଡିନି । ମୁଖ୍ୟ ରାସ୍ତା ଉପରେ ନ ଯାଇ ଗଳିରାସ୍ତାରେ ଚାଲିଗଲେ ,କିଛି ସମୟପରେ ଆଗକୁ ଏକ ନାଳି ରଙ୍ଗର କୋଠାଘର ,ସାମ୍ନାରେ ଛିଡା ହୋଇଛନ୍ତି ଜଣେ ଯୁବକ ।ଯୁବକ ଜଣଙ୍କୁ ଦେଖି ହଠାତ୍ ବାଇକ୍ ଅଟକ ରଖି ଓହ୍ଲେଇ ପଡିଲେ ରୂପେଶ ବାବୁ ,ପ୍ରସାରି ଛୁଟିଗଲେ ଆଲିଙ୍ଗନ କରିବାକୁ , ଦାମୋଦରଙ୍କ ବି ସମଦଶା ପ୍ରଥମରୁ ବାହୁ ମେଳେଇ ଦେଇଥାନ୍ତି ।

ଦୁଇ ଜଣ ବନ୍ଧୁତ୍ଵର ଭାବ ଆଦାନ ପ୍ରଦାନ କରି ସାରିବା ପରେ କ୍ରମେ ଦାମୋଦର ର ମୁହଁ ଶୁଖିଯାଇ କଳାକଠି ପଡି ଯାଇଛି,ହଠାତ୍ ମୁହଁକୁ ଅନାଇଁ ରୂପେଶ ପ୍ରଶ୍ନକଲେ ” କ’ଣ ହେଇଛି ଦାମୋ ତୋ ଦେହ ଖରାପ୍ ଅଛିକି”? ଦାମୋ-“ହଁ–ନାଁ—- ଛାଡ ସେକଥା ଆ ଘରକୁ ଯିବା ଘରେ ବାପା ଅଛନ୍ତି ।

ଘରକୁ ଚାଲିଗଲେ ରୂପେଶ ପିଉସାଙ୍କୁ ପ୍ରଣାମ ଜଣେଇଲେ ନିଳକଣ୍ଠ ବାବୁ, ରୂପେଶ କୁ ଦେଖି ବହୁତ ଖୁସିହେଲେ ଦୁଃଖସୁଖ କଥା ବାର୍ତ୍ତା ହେବାରେ ଲଗିଲେ ପ୍ରାୟ ଅଧଘଣ୍ଟା ହେଇଯିବ , ଏତିକିବେଳେ ଦାମୋଦର ଶୁଖା ମୁହଁରେ ସମ୍ମୁଖରେ ନିରବତା ରକ୍ଷାକରି ହାତରେ ହାତ ଛନ୍ଦି ଛିଡାହୋଇଥାନ୍ତି , ଘର ଭିତରୁ ଟିଭିର ସାଉଣ୍ଡ୍ ଆସୁଥାଏ ,ନିଶ୍ଚୟ ଭାଉଜ ହେଇଥିବେ । କିନ୍ତୁ ଦାମୋଦର ଙ୍କ ନିରବତା ଏମିତି ଅନ୍ତରାୟ ସୃଷ୍ଟି କରୁଥିଲା ରୂପେଶ ମୁହଁ ଖୋଳିବାକୁ ୟଥାର୍ଥ ମନେ କଲେନାହିଁ ।ପିଉସାଙ୍କୁ କହିଲେ ମୁ ଆସୁଛି ତେଣେ ଆପଣଙ୍କ ବୋହୂ ବ଼୍ୟସ୍ତରେ ଥିବେ ,ଚାଲି ଆସିଲେ ।

 

ଦାମୋଦରଙ୍କ ଏପରି ନିରବତା ଓ ନିରୁତ୍ସାହତ ରୂପେଶ କୁ ବଡ ଅଡୁଆରେ ପକାଇ ଦେଉଥାଏ,ହୃଦୟରେ କିଛି ନିରୁପଣ କରିପାରୁନଥାନ୍ତି ଏତିକି ବେଳରେ ଦେଖାହେଲେ ଜଣେ ବନ୍ଧୁଙ୍କ ବାପା ,ତାଙ୍କଠୁ ଦାମୋଦର ବିଷୟରେ ଜାଣିବାର ପ୍ରୟାସ କଲେ ।ନମସ୍କାର କରି କହିଲେ”ମାଉସା ଆପଣ ତ ଦାମୋଦର ବିଷୟରେ ସବୁ ଜାଣନ୍ତି,ଆଜି ଦାମୋଦର ଦେଖା ହେଲାପରେ ମତେ ଅଡୁଆ ଲାଗୁଛି “।ବୃଦ୍ଧ ଜଣକ କହିଲେ ” ଛାଡ ସେକଥା” ।”କୁହନ୍ତୁ ନାଁ” ରୁପେଶ କହିଲେ ,ବୃଦ୍ଧ ଜଣକ କହିଲେ “ସେଦିନ ନିଳକଣ୍ଠ ମୋତେ ଫୋନ ରେ ଡାକି କହିଲା ,ତୁ ପୁଅକୁ ଟିକିଏ ବୁଝା ମୋ ବୋହୂ ବହୁତ ଭଲ ,ତାମନରେ କ’ଣ ଗୋଟିଏ ହେଇଛି ବୋହୂକୁ ସନ୍ଦେହ ଦୃଷ୍ଟିରେ ଦେଖୁଛି” ଏତିକି କହି କାମର ବାହାନା କରି ଚାଲିଗଲେ ।

 

ମନଦୁଃଖରେ ଘରକୁ ଚାଲି ଆସିଲେ ରୂପେଶ । ଘର ର କଵାଟ ଖୋଲୁ ଖୋଲୁ ଦେଖିଲେ ତାଙ୍କର ସ୍ତ୍ରୀ

ଲିପ୍ସା ଜଣେ ଯୁବକ ସହିତ ସଫାରେ ବସି କଥା ବାର୍ତ୍ତା ହସ ମଜା ଚଲିଛି ରୂପେଶ ପହଞ୍ଚିଗଲେ, ଯୁବକ ରୂପେଶକୁ ନମସ୍କାର କରି କିଛି ସମୟ ରହି ଚାଲିଗଲେ ।

 

ଚାରିଦିନପରେ

 

ସେଦିନ କମ୍ପାନୀରୁ ଶିଘ୍ର କମସାରି ଘରେ ପହଞ୍ଚିଲେ ଦେଖିଲେ ସେହି ଯୁବକ ଘରେ ସଫା ଉପରେ ବସି ଲିପ୍ସା ସହିତ କଥା ବାର୍ତ୍ତାରେ ମାତିଛି।ରୂପେଶ ମନକୁ ଟିକିଏ ଖରାପ୍ ଲାଗିଲା, କିଛି ନକହି ଚୁପ୍ ଚାପ୍ ରହିଲେ ।

ଏମିତି ଚାରି ପାଞ୍ଚ ଥର ଦଖିବାପରେ ରୂପେଶ ମନକୁ ବହୁତ ଆଘାତ ପସିଲା ।ସେଦିନ ସନ୍ଧ୍ୟା ସମୟ ଚୁପ୍ ଚାପ୍ ରେ ବସିଥାନ୍ତି ରୂପେଶ ,ଲିପ୍ସା କହିଲେ ବହୁତ ଚୁପରହୁଛ । ସାମାନ୍ୟ କଥାରେ ରାଗି ଯା ଉଛ। ଏପରି ଭାବ, ଦ୍ଵନ୍ଦ ର ଆକାର ନେବାକୁ ଲାଗିଲା କ୍ରମେ କ୍ରମେ ବଡ ହେଇଗଲା ,ରୂପେଶ କହିଲେ “ସନ୍ତୋଷ ତମର ଏତେ ନିଜର “? “ତାହେଲେ ତମେ ମୋତେ ସନ୍ଦହ କରୁଛ” ଲିପ୍ସା କହିଲେ।କଥାଟା ଝଗଡା ରେ ପରିଣତ ହେଇଗଲା ରୂପେଶ ର ମୁଣ୍ଡ କିଛି କାମ କଲାନି ରାଗିଯାଇ ଶକ୍ତ ଚାପୁଡା ଟେ ମରିଲେ ବାଜିଲା କାନମୂଳକୁ, ବେହୋସରେ ପଡିଗଲେ ଲିପ୍ସା ର ଆଉ ଚେତା ଫେରିଲାନି ରାତି ଦୁଇଟା ,ରୂପେଶ ର ବୁଦ୍ଧିବଣା , ବହୁତ ଡରିଯାଇ ଲିପ୍ସାକୁ କାନ୍ଧରେ ବୋହି ନିଛାଟିଆ ପୋଖରୀ ସାମ୍ନା ଅଦୂରରେ ଥିବା ବୁଦା ବଣ ଭିତରେ ଫୋପାଡି ଫେରାର୍ ହେଇଗଲେ । ସକାଳୁ ଲିପ୍ସା ରଚେତା ଫେରିଥାଏ, ରୋଦନ ଶୁଣି ସ୍ଥାନିୟ ଲୋକେ ଉଦ୍ଧାର କରି ପୋଲିସ୍ କୁ ଫୋନ୍ କରିଥିଲେ ।ଲିପ୍ସା ମନେ ଭାବୁଛି ଆଉ କଣ କରିବି ସବୁ ମୋ କର୍ମ ର ଦୋଷ , କିଛି ବିଚାର ନ କରି ରୂପପେଶ ଏପରି ଉର୍ଦ୍ଦରେ ପହଞ୍ଚିଯିବେ ମୋର କଳ୍ପନନା ବାହାରେ ।।

ଗୋକୁଳ ସାହୁ

      ଡଙ୍ଗରମୁଣ୍ଡା 

      କଳାହାଣ୍ଡି    

Copyright © Sahitya Jibana | Newsphere by AF themes.
Open chat
Hello
How can you help we?