Sahitya Jibana

Portal on odia literature

ଶ୍ରୀ ଚରଣେ କରେ ଅଳି – ଅନ୍ତର୍ଯ୍ୟାମୀ ସାହୁ

1 min read

ଏହି ଦୃଶ୍ୟା ଦୃଶ୍ୟ ଜଗତ ଭିତରେ
କ୍ଷୁଦ୍ର କଣିକାଟେ ମୁହିଁ,
ତୋର ନାମ ଗୁଣ ବର୍ଣ୍ଣିବାକୁ ପ୍ରଭୁ
ମୋହରି ଶକତି କାହିଁ ।।
ଯାହା ଦୃଶ୍ୟ ହୁଏ ମୋର ଚିତ୍ରପଟ୍ଟେ
ସେସବୁରେ ତୁମ୍ଭ ବାସ ,
ଘଟେ ଘଟେ ବାସ ଅନନ୍ତପୁରଷ
ଦୟାମୟ ପୀତବାସ ॥
ଯିଏ ଯାହା କରେ ତୁମ୍ଭ ପ୍ରେରଣାରେ
ତୁମ୍ଭେ ପଥ ପ୍ରଦର୍ଶକ ,
ମାର୍ଗଦର୍ଶ ସାଜି ଯାକୁ ଯେଉଁ ମାର୍ଗ
ଦେଇ ଥାଅ ହେ ନାୟକ ॥
ମୋ ହୃଦରେ ବାସ କରପୀତବାସ
ସାଜି ମୋ ମାର୍ଗଦର୍ଶକ ,
ଅନ୍ତରରେ ଥାଇ ପ୍ରେରଣା ଯୋଗାଇ
ସାଜପଥ ପ୍ରଦର୍ଶକ ॥
ମନରେ ନ ଆସୁ କେବେ କାହାପ୍ରତି
ତୁଚ୍ଛ ହିଂସା ଘୃଣା ଭାବ,
ସମଦୃଷ୍ଟି ଆସୁ ଠାକୁର ଆନକେ
ଏତିକି ମାଗୁଣି ହେବ ॥
ପର ଧନ-ଦାରା-ସୁତ-ବିତ୍ତ ଦେଖି
ମନରେ ଇର୍ଷା ନଆସୁ,
ଲୋଭ -ମୋହ-ମାୟା- ହିଂସା- ଛନ୍ଦ-ବାଦ
ମୋ ହୃଦୟରେ ନପଶୁ ॥
କରିବ କରୁଣା ଏତିକି ହେ ପ୍ରଭୂ
ଶ୍ରୀଚରଣେ ଏତେ ଅଳି,
ସୁ-ପଥକୁ ଦେଇ ନେବ ହେ କହ୍ନାଇ
ଦୟାମୟ ବନମାଳୀ ॥

 

ଅନ୍ତର୍ଯ୍ୟାମୀ ସାହୁ
ପଲମ , ନର୍ଲା, କଳାହାଣ୍ଡି

Copyright © Sahitya Jibana | Newsphere by AF themes.