Sahitya Jibana

Portal on odia literature

ତିନୋଟି କବିତା – ସୁକାନ୍ତ ଖଣ୍ଡା

1 min read

୧ମ କବିତା
କବିତା
କବିତା ନାରୀଟେ ହୃଦେ ମାଖିଥାଏ
ପୃଥିବୀର ରଙ୍ଗରସ
ଯା’ ପାଇଁ ପୁରୁଷ ବେଢି଼ ପିଇଥାଏ
ଯେତେବେଳେ ହୁଏ ଶୋଷ।

୨ୟ କବିତା
ପ୍ରବଂଧ
ପ୍ରବଂଧ ପୁରୁଷ ଘର ପରିବାରେ
ମେରୁଦଂଡ ହୋଇଥାଏ
ପତ୍ନୀ ପୁତ୍ର କନ୍ଯ। ଆଦର୍ଶ ପାଖରେ
ଶୃଙ୍ଖଳିତ ବନିଥାଏ।

୩ୟ କବିତା
ଗଳ୍ପ
ପୁଅର ଧରମ ନାରୀର ସ୍ବଭାବ
ନଦୀ ପରି କଳକଳ
ସୃଷ୍ଟିର ରହସ୍ଯ ପାଖେ ଥାଏବୋଲି
କୋଳାନ୍ତି ହୋଇକି ଭୋଳ।

ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ,ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮