Sahitya Jibana

Portal on odia literature

ସାଧାରଣତନ୍ତ୍ର ଦିବସ – ଅବନୀ କାନ୍ତ ସାହୁ

1 min read

ପୁଣ୍ୟଭୂମି କର୍ମଭୂମି ଦେବଭୂମି
ଭାରତ ଦେଶଆମରି ଜନ୍ମଭୁମି।
ହିମାଳୟ ଯାର ମୁକୁଟ ମଣ୍ଡିତ
କନ୍ୟାକୁମାରୀ ପାଦକରେ ଧଉତ।
ସମୃଦ୍ଧିଶାଳୀ ଆମ ଦେଶଭାରତ
ଧନଦୌଲତ ପୁରିଥିଲା ବହୁତ।
ଇଂରେଜ ବଣିକ କରିଣ ବେପାର
ନିଜଦେଶକୁ ବୋହିନେଲେ ଅପାର।
ଦେଖି ଗୋରସରକର ଅତ୍ୟାଚାର
ଇଂରେଜସାଥେସଂଗ୍ରାମହେଲାଘୋର
ଇଂରେଜ କଲେ କୂଟକପଟ ନୀତି
ଗାନ୍ଧୀ ଧରିଥିଲେ ଅହିଂସାର ନୀତି।
ଉଣେଇସ ଶହ ସତଚାଲିଶିର
ଅଗଷ୍ଟ ମାସ ତାରିଖ ପନ୍ଦର।
ଆମରିଦେଶ ହେଲାଗଲା ସ୍ୱାଧୀନ
କେତେତ୍ୟାଗୀବୀରଦେଲେତଜୀବନବିରାଟ ଭୂଖଣ୍ଡ ଭାରତ ଆମରି
ନିଜ ହାତେ ରହିଲା ଶାସନ ଡୋରୀ।
ଉଣେଇଶ ଶ’ଅଣଚାଶ ମସିହା
ଜାନୁଆରୀ ଛବିଶ ଥିଲାଯେ ତାହା।
ସାମ୍ବିଧାନିକ ସଭା କଳାଗୃହୀତ
ଭାରତ ସମ୍ବିଧାନ ହେଲା ସ୍ୱୀକୃତ।
ଭୀମରାଓ ରାମଜୀ ଆମ୍ବେଦକର
ନେତୃତ୍ୱ ନେଇ କରିଥିଲେ ତିଆର।
ଆମ ସମ୍ବିଧାନ ଦିଏ ଅଧିକାର
ସ୍ୱାଧୀନ ବଚନ ସ୍ୱାଧୀନ ବିହାର।
ଗଣତନ୍ତ୍ର ଆମ ଲୋକଙ୍କ ଶାସନ
ଯୋଗ୍ୟଦେଖି କରୁ ମତଦାନ।
ନାହିଁ ଭେଦଭାବ ଜାତିର ବିଚାର
ଧର୍ମ,ଵର୍ଣ ନାହିଁ ପାତର ଅନ୍ତର।
ସମ୍ପ୍ରଦାୟ ନାମେ ନୋହୁ ଅତ୍ୟାଚାର
ଜାତୀୟତା ଭାବ ହେଉଯେ ପ୍ରସାର।
ଭାଷାକେବେଦେଶରେନୋହୁ ପ୍ରାଚୀର
ସଦ୍ଭାବନା ରହିଥାଉ ସଭିଙ୍କର।

ଅବନୀ କାନ୍ତ ସାହୁ
ଦେଉଳୀ , ବରଗଡ଼

Copyright © Sahitya Jibana | Newsphere by AF themes.
Open chat
Hello
How can you help we?