Sahitya Jibana

Portal on odia literature

ଆଜି ର ଗଣତନ୍ତ୍ର – ଶାନ୍ତନୁ କୁମାର ରାଉତ

1 min read

କି ଅବା ଗାଇବି ତବରୀ ଗାଥା
ତବ ଲାଗି ମୁଁହିଁ ଜଗତ ଜିତା
ଧୂଳି କଣା ଟିଏ ମୁଁ ଅଟେ ବିଶ୍ୱର
ତବ ଲାଗି ଉଚ୍ଚ ହୁଏ ମୋ ମଥା
ଉତ୍ତର ଆକାଶୁ ଘନିଲା ଅନ୍ଧାର
ପରାଧୀନ ହୋଇ ଖାଇଲ ପାହାର
ଆଗଭର ହୋଇ ଲାଠି ର ପ୍ରହାରୁ
ଭକ୍ତି ତ୍ରିରଙ୍ଗାକୁ କଲ ଫର ଫର
ଗଣତନ୍ତ୍ର ଆଜି ଗଣତନ୍ତ୍ର ନାହିଁ
ସାଜିଲାଣି ରାଜ ତନ୍ତ୍ର
କେହି ଜଣେ ଯଦି ଖୁସି ଲାଭଇଲେ
ତା ପଛେ ଚାଲେ ଷଡଯନ୍ତ୍ର
କଳାକୁ ନାଲିଆ ନାଲିଆ କୁ ଧଳା
କରାଉଛି ନିଷ୍ଠ ରାଜତନ୍ତ୍ର
ନିର୍ଦୋଷୀ ଖୋଜୁଛି ଘନ ଅନ୍ଧାରରେ
କାହିଁ ଗଲା ଗଣତନ୍ତ୍ର

ଶାନ୍ତନୁ କୁମାର ରାଉତ
ପାଟରଙ୍ଗା, ଯାଜପୁର