ଗଣତନ୍ତ୍ର ଦିବସ – ସନାତନ ଦାସ
1 min readଆଜିର ଦିବସେ ସମ୍ବିଧାନ ଆମ ଦେଶରେ ହେଲା ପ୍ରଚଳିତ,
ନୀତି ନିୟମର ପବିତ୍ର ଗ୍ରନ୍ଥ ସେ
ଧାରା ଉପଧାରା ଲିଖିତ..!!
ସ୍ୱାଧୀନତା ପରେ କେତେ ମନୀଷ ଚିନ୍ତିଲେ ମନରେ ବସି,
ସୁଶାସନ କିପରି ଚାଲିବ ଦେଶରେ
ସଭିଏଁ ରହିବେ ମିଳିମିଶି..!!
କାଗଜପତ୍ର ଆଉ ଭାଷଣ ବାଜିରେ ସାଧାରଣତନ୍ତ୍ର ଏଠି ଚାଲିଛି,
ଗଣମାନେ ନିତି ଶୋଷଣ ହୁଅନ୍ତି ତାଙ୍କ ଦୁଃଖ କିଏ ବୁଝୁଛି..?
ଲୋକଙ୍କ ହାତରେ ଶାସନ ରହିଲେ ସାଧାରଣତନ୍ତ୍ର ବୋଲାଯାଏ,
ଦୁର୍ନୀତି ଯୁକ୍ତ ନେତା ମାନଙ୍କୁ ଏଠି
ଭଗବାନ୍ କୁହାଯାଏ..!!
ଦାରିଦ୍ର୍ୟ, ଦୁର୍ନୀତି,ଋଗ୍ଣ ଅର୍ଥନୀତିରେ ଜର୍ଜରିତ ଆମ ସମାଜ,
ନିଜେ ନ ଚେତିଲେ ସଜାଗ ନହେଲେ
ଆସିବନି ରାମରାଜ୍ୟ..!!
ନେତାମାନେ ଯଦି ସେବକ ହୋଇ ଚଳାଇବେ ଏଇ ଦେଶକୁ,
ଆମ ଗଣତନ୍ତ୍ର ସର୍ବ ଶ୍ରେଷ୍ଠ ହୋଇ
ଅମର ରହିବ କାଳ କାଳକୁ..!!
++++++++++++++++
ସନାତନ ଦାସ , ଜଗତସିଂହପୁର