Sahitya Jibana

Portal on odia literature

ସାଧାରଣତନ୍ତ୍ର ଦିବସ – ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ

1 min read

ମୋ ସୁନା ଭାରତ ଜଗତେ ବିଖ୍ୟାତ
ଧନ୍ୟ ମୋ ଜନମ ମାଟି
କେତେ ବୀର ନର ଜୀବନ ସମର୍ପି
ରଖିଗଲେ ତାର କୀର୍ତ୍ତୀ । (୧)

ଏ ଦେଶ ମାଟିରୁ ବିଦେଶୀ ହଟାଇ
ଗଢ଼ିଗଲେ ସୁଶାସନ
ଧନ୍ୟ ସମ୍ବିଧାନ ନିଜସ୍ୱ ଆଇନ
ଅଟଇ ଏହା ମହାନ । (୨)

ସ୍ବାଧୀନତା ସିନା ପାଇଥିଲୁ ଆମେ
ନଥିଲା ଶାସନ ନୀତି
ଏଥି ପାଇଁ ଦିନେ ଆମ୍ବେଦକର ଯେ
ରଚିଗଲେ ମହା କୀର୍ତ୍ତୀ । (୩)

ଏହି ଦିନ ଆମ ସମ୍ବିଧାନ ନୀତି
ହୋଇଥିଲା କାର୍ଯ୍ୟକାରୀ
ସେହି ଦିନୁ ଆମ ନିଜସ୍ୱ ନୀତି’ର
ଶାସନ ହେଲା ତିଆରି । (୪)

ଅଣିଶ ପଚାଶ ଚବିଶ ତାରିଖ
ଜାନୁଆରୀ ମାସ ତିଥି
“ସାଧାରଣତନ୍ତ୍ର ଦିବସ” ଆମର
ଏବେ ବି ଝୁରୁଛି ସ୍ମୃତି । (୫)

***************************
ଅଧ୍ୟାପକ ସୁବାସ ଚନ୍ଦ୍ର ସାହୁ
(ରାଜନୀତି ବିଜ୍ଞାନ ବିଭାଗ)
ପଦ୍ମପୁର, ଜିଲ୍ଲା-ରାୟଗଡା
ମୋବାଇଲ-6370007898