Sahitya Jibana

Portal on odia literature

ସାଧାରଣତନ୍ତ୍ର ଦିବସ – ସୁଷମା ତ୍ରିପାଠୀ

1 min read

ଜାନୁଆରୀ ଛବିଶି ସାଧାରଣତନ୍ତ୍ର ଦିବସ
ପାଲୁଛେ ବାସ୍ତୋରୀ ବରଷ ଧରି।
ଆମରି ଶାସନ ଆମେ କରୁଅଛେ
କେହି ନୁହେଁ ଆମ ପରି ।

ଗାନ୍ଧୀ ନେହେରୁ ସର୍ଦ୍ଦାର ନେତାଜୀ
ସ୍ବାଧୀନତା ଆଣିଦେଲେ,
ଆମ୍ବେଦକର ସମ୍ବିଧାନ ଟିକୁ
ସଯତ୍ନେ ତାକୁ ଲେଖିଲେ ।

ଆମରି ଶାସନ ଆମରି ହାତରେ
ଆମେ ତ ଭାଗ୍ୟବାନ,
ଏଭଲି ଶାସନ ବିରଳ ଧରାରେ
ମୋର ଭାରତ ମହାନ ।

ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ
ଆମେ ଅଟୁ ଭାରତୀୟ,
ଦେଶ ସେବା ପାଇଁ ପ୍ରାଣ ଦେବା ପାଇଁ
ନାହିଁ ଆମ ମନେ ଭୟ ।

ଅନେକ ଭାଷା ରେ ଅନେକ ଧର୍ମରେ
ସମସ୍ତେ ଏକାଠି ରହୁ,
ନାହିଁ ଭେଦଭାବ ରହିଅଛି ଶାନ୍ତି
ସତ୍ଯ ବଚନଟି କହୁ ।

ଭାରତୀୟ ଆମେ ଅହିଂସା ଆମର
ଅଟଇ ପରମ ଧର୍ମ,
ଆମରି ହୃଦୟ ସରଳ ସୁନ୍ଦର
ସ୍ନେହଟି ଆମରି କର୍ମ ।

ସୁଷମା ତ୍ରିପାଠୀ
ଖାଣ୍ଟି ଓଡିଆ ହୋଟେଲ ସାମ୍ନା
ଟାଟା ବେଞ୍ଜ ପରିସର
ବ୍ରହ୍ମପୁର, ଗଞ୍ଜାମ-୭୬୦୦୦୧