Sahitya Jibana

Portal on odia literature

ସାଧାରଣତନ୍ତ୍ର ଦିବସ – ଗଗନ କୁମାର ଦାଶ

1 min read

ବାସ୍ତୋରିତମ ଗଣତନ୍ତ୍ର ଦିବସେ
ଆମ ଭାରତ ମହାନ୍,
ଭକ୍ତି ପୂର୍ଣ୍ଣ ଭାବେ ସମ୍ମାନ ଜଣାଇ
ବଢାଇବା ତାର ମାନ ।

ଉଣିଶ ପଚାଶ ଜାନୁଆରୀ ମାସ
ଛବିଶି ତାରିଖ ଦିନ,
ଗଣଙ୍କର ପାଇଁ ସମ୍ବିଧାନଟିଏ
ହୋଇଥିଲା ଉନ୍ମୋଚନ ।

ଶାସନ ଆମର ଆମରି ପାଇଁ ତ
ଗଠନ ହୋଇଛି ଏହା,
ଏ ଶୁଭ ଦିନରେ ଜନତାଙ୍କ ପାଇଁ
ଉତ୍ସର୍ଗ ହୋଇଲା ତାହା ।

ଗାନ୍ଧୀଙ୍କ ପ୍ରେରଣା ନେହେରୁ ମନ୍ତ୍ରଣା
ଆମ୍ବେଦକରଙ୍କ ଦାନ,
ଆମର ଭାରତ ମହାନ୍ ହୋଇଲା
ବଢିଲା ଦେଶର ମାନ ।

ସ୍ବାଧୀନ ଭାରତେ ସ୍ବାଧିନତା ପାଇ
ସାର୍ବଭୌମତ୍ୱ ଲଭିଲେ,
ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ
ସମସ୍ତେ ଏକ ହୋଇଲେ ।

ଗଗନ କୁମାର ଦାଶ
ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ମନ୍ଦିର ସାହି
ମୋହନା, ଗଜପତି-୭୬୧୦୧୫