ସାଧାରଣତନ୍ତ୍ର ଦିବସ – ଡମ୍ବରୁଧର ଦାଶ
1 min readକେତେ ସୁରବୀର ହୋଇଲେ ଅମର
ସଂଗ୍ରାମେ ଦେଇଣ ଝାସ
କେତେ କଷ୍ଟ ସହି ଲହୁ ଲୁହ ଦେଇ
ସ୍ୱାଧୀନ ହୋଇଲା ଦେଶ ।।୧।।
ଦେଶର ପାଳନେ ଜନତା କଲ୍ୟାଣେ
ଗଢା ହେଲା ସମ୍ବିଧାନ
ସର୍ବ ସମ୍ମତିରେ ଆମରି ଦେଶରେ
ଲାଗୁହେଲା ଆଜି ଦିନ ।।୨।।
ରାଷ୍ଟ୍ରୀୟ ପରବ ରୂପେ ପ୍ରତିବର୍ଷ
ଭାରତେ ହୁଏ ପାଳିତ
ସବୁରି ପାଖରେ ସାଧାରଣତନ୍ତ୍ର
ଦିବସ ନାମରେ ଖ୍ୟାତ ।।୩।।
ଯେଉଁ ବୀରପୁତ୍ର ବଳିଦାନ ଦେଇ
ସ୍ୱାଧୀନତା ଦେଲେ ଆଣି
ଆଜିର ଦିନରେ ତାଙ୍କ ଜୟଗାନ
କରିବା ସଭିଏଁ ମିଳି ।।୪।।
ତାଙ୍କ ବଳିଦାନ ତାଙ୍କରି ସମ୍ମାନ
ଆମରି ପରମ ଧର୍ମ
ଏକତା ସୂତ୍ରରେ ବାନ୍ଧିବା ସଭିଙ୍କୁ
ଉପାଡ଼ି ହିଂସାର ଦ୍ରୁମ ।।୫।।
ନେବାରେ ଶପଥ ହେବାନି ବିପଥ
କରିବା ମାଆର ସେବା
ଶରୀରରେ ଆମ ଥିବାଯାଏ ପ୍ରାଣ
ତ୍ରିରଙ୍ଗାକୁ ଧରିଥିବା ।।୬।।
ଜୟ ହିନ୍ଦ୍
ଡମ୍ବରୁଧର ଦାଶ
କୁଣ୍ଡାପିଠା, ଘଟଗାଁ, କେନ୍ଦୁଝର