Sahitya Jibana

Portal on odia literature

ଅଯୋଗ୍ୟ ମୁଁ – ଅନ୍ତର୍ଯ୍ୟାମୀ ସାହୁ

1 min read

ହେ ଜନନୀ ଜନ୍ମଭୂମି ତୁମେ ମହାନ୍ ।
ତୁମରି କୋଳରେ ଜନ୍ମିତ ସନ୍ତାନଟିଏ ମୁଁ l
ହେ ଜନନୀ ତୁମରି କୋଳରେ ଖେଳିଛି ବଢିଛି ମୁଁ l
ତୁମରି ବକ୍ଷପରେ ପାଦ ଥାପି ଚାଲିବା ଶିଖିଛି ମୁଁ l
ତୁମକୁ ପାଥେୟକରି ..
ଜୀବନ-ଜୀବିକା ନିର୍ବାହ କରୁଛି ମୁଁ l
ତୁମରି ବକ୍ଷଭେଦ କରି ଶସ୍ୟ-ଶ୍ୟାମଳା
ଉପାର୍ଜନ କରୁଛି ମୁଁ l
ତୁମରି ବକ୍ଷରେ ବହିଯାଇଥିବା
ତ୍ରିବେଣୀ ନଦୀ ସ୍ରୋତର ଜଳଧାରାରେ
ନିଜକୁ ପାପମୁକ୍ତ କରିବାପାଇଁ. . .
ନିତି ବୁଡ଼ ପକାଉଛି ।
ମହୋଦଧିରେ ସ୍ନାନ କରୁଛି ।
ତୁମରି କୋଳରେ ଶ୍ରୀରାମ,ପର୍ଶୁରାମ
ବରାହ, ବାମନ, ଶ୍ରୀକୃଷ୍ଣ, ବଳରାମ ଆଦି . . .
କେତେ ଭଗବାନ,
ଗାନ୍ଧି ,ଗୋପବନ୍ଧୁ, ସୁବାଷ, ନେହେରୁ ଆଦି
କେତେ ମହାପୁରୁଷ . . .
ଜନ୍ମଗ୍ରହଣ କରିଛନ୍ତି ।
ତୁମେ କେତେଯେ ମହାନ୍ . . .
ମୁଁ ନିଜକୁ ଗର୍ବ କରେ ଯେ
ମୁଁ ଜଣେ ଭାରତୀୟ ବୋଲି ।
ତଥାପି ମୁଁ ଏହି ପବିତ୍ର ଭାରତବର୍ଷ
ଭୂମିରେ ଜନ୍ମଗ୍ରହଣ କରିଛି ସତ
କିନ୍ତ !
ଆଜି ମୁଁ ସାଜିଛି ଜଣେ ଦଳାଳ. .
ସୁଦକ୍ଷ ଅଫିସରଟିଏ ହୋଇ ମଧ୍ୟ
ସାଜୁଛି ଏକ ଲାଞ୍ଚଖୋର ଅଫିସର. . .

ନେତା ସାଜି ଜନତା ଜନାର୍ଦ୍ଧନଙ୍କର
ସେବା ମନୋବୃତ୍ତିକୁ ପଛରେ ପକାଇ ଦେଇ
ଶୋଷଣ କରି ଚାଲିଛି ଜନତା ଜନାର୍ଦ୍ଧନଙ୍କୁ ।

ଦିନକୁ ଦିନ ରାଜରାସ୍ତା ମଝିରେ କରୁଛି ଲୁଟତରାଜ୍‌ ।
ଅବଳା ନାରୀ, ପ୍ରତି କରୁଛି ଗଣ ଧର୍ଷଣ ।
ଚାରି ପାଞ୍ଚବର୍ଷର ଚପଳମତ୍ତି କୈଶୋରୀ . . .
ସେ କି ଅବଗତ ଦୁନିଆର ନାରୀ ମାଂସ ଲୋଭି ପୁରୁଷକୁ ।
ତଥାପି କାମନା _ବାସନାର ବଶବର୍ତ୍ତୀ ହୋଇ
କରି ଚାଲିଛି ଅତ୍ୟାଚାର . . .
କେବଳ ଅତ୍ୟାଚାର . . . .
ଏହା କି ମୋର ଗଣତନ୍ତ୍ର ଦେଶର
ନାଗରିକତାର ଅଧିକାର . . .
ଛାତିକୁ କୁଣ୍ଢେମୋଟ କରି ଗର୍ବରେ କହୁଛି. . .
ମୁଁ ଜଣେ ମହାନ୍ ଭାରତୀୟ. . . .
କିନ୍ତୁ!
ଗଣତନ୍ତ୍ରର ୭୨ ବର୍ଷ ବିତିଯାଇଥିଲେ ସୁଦ୍ଧା
କିନ୍ତୁ ! ମୁଁ ମୋର
ପ୍ରକୃତି ଠାରୁ କେବେ ବଦଳି ପାରିନାହିଁ
କି? ପାରିବି ନାହିଁ ।
କିନ୍ତୁ । ଗର୍ବରେ କହୁଛି
ମୁଁ ଭାରତୀୟ ମହାନ୍ . . .
ମୁଁ ଶ୍ରେଷ୍ଠ ଭାରତର ଯୋଗ୍ୟ ସନ୍ତାନ।

ଭାରତ ମାତା କୀ ଜୟ

ଅନ୍ତର୍ଯ୍ୟାମୀ ସାହୁ
ପଲମ , ନର୍ଲା, କଳାହାଣ୍ଡି,