Sahitya Jibana

Portal on odia literature

ସାଧାରଣତନ୍ତ୍ର ଦିବସ – ପ୍ରଶାନ୍ତ କୁମାର ସାହୁ

1 min read

କରି ଦେହ ଦାନ କେତେ ମହାଜନ
କଲେ ଯେ ଦେଶ ସ୍ବାଧୀନ,
ତାଙ୍କରି ପାଇଁ କି ଆଜି ଏ ଭାରତ
ଦେଖୁଛି ନୂଆ ସପନ।

ମୋହନ ଦାସ ଆଉ ସୁବାଷ ବୋଷ
କେତେ ଯେ ମହାନାୟକ,
ବନ୍ଧୁକ ଆଗରେ ଛାତିକୁ ଦେଖାଇ
ଲଢିଲେ ଜୀବନ ଯାକ।

ତାଙ୍କରି ପାଇଁ କି ସ୍ଵାଧୀନତା ସ୍ଵାଦ
ପାଇଲା ଭାରତ ବର୍ଷ,
ଅମର ସହୀଦ ହେଇଗଲେ ସେ ଯେ
ଫୁଟାଇ ଫୁଲର ହର୍ଷ।

ସ୍ଵାଧୀନତା ପରେ ଲେଖିଲେ ନିୟମ
ଡକ୍ଟର ଆମ୍ବେଦକର,
ସମ୍ବିଧାନ ନାମେ ଗୃହୀତ ହୋଇଲା
ଏ ଯେ ଗର୍ବ ଭାରତର ।

ଛବିଶି ତାରିଖ ଜାନୁଆରୀ ମାସ
ଉଣେଇଶି ଶହ ପଚାଶ,
ଗୃହୀତ ହୋଇ ସେ କାର୍ଯ୍ୟକାରୀ ହେଲା
ଗଣତନ୍ତ୍ରର ଏ ଦେଶ।

ଆସ ଆମେ ଆଜି ଏକତ୍ରିତ ହୋଇ
ଶପଥ ନେବା ସଭିଏଁ,
ଦେଶର ଉନ୍ନତି ଜାତିର ଉନ୍ନତି
କରିବା ମିଶି ସଭିଏଁ।

ଦେଶର ଏକତା ଦେଶ ଅଖଣ୍ଡତା
ଆଦର୍ଶ ଦେଶଟେ ପାଇଁ,
ଭେଦଭାବ ଭୁଲି ଦୋଷକୁ ଦୂରେଇ
ଦେଶକୁ ନେବା ଆଗେଇ।

ପ୍ରଶାନ୍ତ କୁମାର ସାହୁ
ଇନ୍ଦିପୁର ଢେଙ୍କାନାଳ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?