Sahitya Jibana

Portal on odia literature

ସାଧାରଣତନ୍ତ୍ର ଦିବସ – ରାମ ଚନ୍ଦ୍ର ପ୍ରଧାନ

1 min read

ସାଧାରଣ ତନ୍ତ୍ର ଦିବସରେ ଆଜି
ନେବାରେ ଆସ ଶପଥ
ଜାତି ପ୍ରେମ ବହ୍ନି ଜାଳି ହୃଦୟରେ
ଚଢ଼ିବା ବିଜୟ ରଥ l
ସମ୍ବିଧାନେ ଲେଖା ନୀତି ନିୟମକୁ
ନିଷ୍ଠାର ସହ ପାଳିବା
ଭାଷଣ ବାଜିଠୁ ଦୂରେଇ ରହି କି
ସୁନାର ଦେଶ ଗଢ଼ିବା l
ହାରିବାନି କେବେ ଡରିବାନି କେବେ
ଆମେ ଏ ଜନ୍ମ ମାଟିରେ
ଶତ୍ରୁ ସଙ୍ଗେ ଲଢ଼ି ଘଉଡ଼ାଇ ଦେବା
ଆମ ଦେଶ ସୀମା ପାରେ l
ତ୍ରିରଙ୍ଗା ନେତକୁ ସନମାନ ଦେବା
ଗରବେ ଫୁଲାଇ ଛାତି
ଦେଶ ପାଇଁ ଆମେ ଗୌରବ ଆଣିବା
ହୃଦେ ବୁଣି ଦେଶ ପ୍ରୀତି l
ରାଷ୍ଟ୍ରୀୟ ଏକତା ବଜାୟ ରଖିବା
ସାମୁହିକ ସ୍ୱାର୍ଥ ପାଇଁ
ସ୍ୱଚ୍ଛତା ଦିଗରେ ଅଗ୍ରସର ହେବା
ମାଟି ମାଆ ମଥା ଛୁଇଁ l
ହର୍ଷ ଉଲ୍ଲାସରେ ପାଳିବା ଆସରେ
ଏ ଜନରାଜ୍ୟ ଦିବସ
ସତ୍ୟ ଧର୍ମ ନ୍ୟାୟ ଅହିଂସା ପଥରେ
ଚାଲିବା ସାରା ବରଷ l

ରାମ ଚନ୍ଦ୍ର ପ୍ରଧାନ ,ଶିକ୍ଷକ
ସାନ୍ତରାପଲ୍ଲୀ,ଗଞ୍ଜାମ
ମୋ:9861638736