ସାଧାରଣତନ୍ତ୍ର ଦିବସ – ଗଙ୍ଗୋତ୍ରୀ ପ୍ରିୟଦର୍ଶିନୀ
1 min readତ୍ରିରଙ୍ଗା ର ତିନି ରଙ୍ଗ ………………….
ପ୍ରତି ଭାରତୀୟ ର ଗର୍ବ ର ପ୍ରତୀକ
ଉଡୁଛି, ଉଡୁଥିବ ଅବିରତ !
ଜାଗ୍ରତ ପ୍ରହରୀ ଆତ୍ମା ର
କଷ୍ଟଲବ୍ଧ ସଂପତ୍ତି ଦେଶ ମାତୃକାର ।।
କାଶ୍ମୀର ରୁ କନ୍ୟା କୁମାରୀ…………..
ଗଗନେ ପବନେ ଝଙ୍କୃତ
ବୀର ପ୍ରସବିନୀ ,
ଭାରତ ମାତା ଆମ ଜୟ ମା ଭାରତୀ ।।
୯ସ୍ଵାଧୀନ ଦେଶର ……………………….
ବିବିଧତା ର ଅପୂର୍ବ ନିଦର୍ଶନ
ସତ୍ୟ ର ବ୍ରତୀ ହୋଇ
କର୍ମ ମୁଖର ଜାତିର ସ୍ବର୍ଣ୍ଣାଭ ଯାତ୍ରା ଗୀତି ।।
ସ୍ବାର୍ଥ ମୁକ୍ତ,ସତ କର୍ମ,ଶତ ଧର୍ମ ………
ତ୍ୟାଗ ର ପରାକାଷ୍ଠା
ସମୃଦ୍ଧ କରେ ଜୀବନ
ଆମ ଦେଶର ମାଟି ପାଣି ପବନ ।।
ଶସ୍ୟ ଶ୍ୟାମଳ ପୂର୍ଣ୍ଣ ଗର୍ଭା…………….
କଳା ଭାସ୍କର୍ଯ୍ୟ,ଜ୍ଞାନ ବିଜ୍ଞାନ ରେ ପାରଦର୍ଶି
ସୃଷ୍ଟି ସମ୍ଭାର ନିପୁଣା ଭାରତ
ଶୂନ୍ୟ ରୁ ପୁଣ୍ୟ କୋଟି ଐଶୋର୍ଯ୍ୟେ ଉଡ଼େ ଯା ନେତ ।।
ତନ୍ତ୍ର ତନ୍ତ୍ରୀ,ଏକତା ର ମନ୍ତ୍ରେ …………..
ସର୍ବ ଧର୍ମ ସମନ୍ୱୟ ପରମ୍ପରା ଏହି ସେ ଦେଶେ
ଜନ ଗଣ ଏଠି,
ସଖା ସହୋଦର ଭାବ ନେଇ ବଞ୍ଚେ ।।
ତ୍ରିରଙ୍ଗା ର ଜୟ ଘୋଷ ପାଇଁ ……….
ଅମୂଲ୍ୟ ଏଠି ବଳିଦାନ
ଶେଷ ରକ୍ତ ବୁନ୍ଦେ ଲେଖା
ଆମ ପ୍ରିୟ ଦେଶ ପତାକା ର ନାମ ।।
ସତ୍ୟ,ଧର୍ମ,ନ୍ୟାୟ ………………….
ଉନ୍ନତି ର ପଥେ
ଗଡ଼ି ଚାଲେ ଏଠି ଚକ୍ର ଯେ ଗୋଟି
ଯାହା ପାଦେ ହୁଏ ସଦା ମଥା ନତ ।।
ଖଦୀ ରୁ ବର୍ଦି ………………………….
ଉଦ୍ୟୋଗ ରୁ ଉଦ୍ ଯୋଗୀ
ନୀତି ନୈପୁଣ୍ୟତା ର ସୁଯୋଗ ବୃଷ୍ଟି
ଅନନ୍ୟା ଭାରତ ଅନନ୍ୟ କୃତି
ଧନ୍ୟ ଦେଶ ଧନ୍ୟ ଆମ ଜାତୀୟ ସଂହତି ।।
ଗଙ୍ଗୋତ୍ରୀ ପ୍ରିୟଦର୍ଶିନୀ
ଗୁଲିପାଟଣା,ଉମରକୋଟ
ନବରଙ୍ଗପୁର,ଓଡ଼ିଶା