ଭାରତ ମାତା ର ଜୟ – ବିଜୟ କୁମାର ସ୍ବାଇଁ
1 min readକୋଟିଏ କଣ୍ଠ ରେ
ଗୋଟିଏ ସ୍ୱର ରେ
ଗାଇବା ଆସ ରେ
ଭାରତ ମାତା ର ଜୟ
ସେହି ମୋ ଜନନୀ
ବୀର ପ୍ରସବିନୀ
ଦେବ ପରା ବରା ଭୟ।
ଭାରତ ମାତା ର ଜୟ।
ବୈକୁଣ୍ଠ କୁ ତେଜି ସ୍ଵୟଂ ନାରାୟଣ
ନେଇ ଚନ୍ତି ପରା ଏ
ଦେଶେ ଜନମ
ଏହି ମୋର ଦେଶ ଭାରତ ବରଷ
ଯହିଁ ଝରେ ସଦା ଦେବଙ୍କ ଆଶିଷ
ବୀର ପ୍ରସବିନି
ଭାରତ ଜନନୀ
ଦେଇଛି ମୋତେ ଅଭୟ।
ଭାରତ ମାତା ର ଜୟ,,,,,,
କେତେ ବୀର ସୁର
ମଣ୍ଡି ତାର କୋଳ
କରିଛନ୍ତି ମାଆ ନାମ କୁ ଉଜ୍ଜ୍ୱଳ
ଜାତି ପ୍ରେମ ବହ୍ନି
କରି ପ୍ରଜ୍ବଳିତ
ରଖି ଯାଇଛନ୍ତି ମାଆ ର ମହତ
ବିଶ୍ଵ ବନ୍ଦ ନୀୟା ସେହି ମୋର ମା
ମିଶି ଗାଇବା ତା ଜୟ।
ଭାରତ ମାତା ର ଜୟ,,,,,
ସ୍ଵାଧୀନ ଆମେ ରେ
ତାହାରି ସନ୍ତାନ
ଗାଇ ଯିବା ସଦା ତାର ଜୟ ଗାନ
ଶିର ଦେବା ପଛେ
ସାର ଦେବା ନାହିଁ
ରଖିବା ତା ଟେକ ପଣ କର ଭାଇ
ସଭିଏଁ ସମାନ
ନୁହେଁ କେହି ସାନ
ମାଆ ପଦେ ରଖ ଲୟ।
ଭାରତ ମାତା ର ଜୟ,,,,
ସର୍ବ ବୃହତ୍ ଏ ଗଣତନ୍ତ୍ର ରାଷ୍ଟ୍ର
ଯା ନାମ ଜଗତେ ହୋଇଛି ବିଦିତ
ଜାତି ଏଠି ଭିନ୍ନ
ଭାଷା ମଧ୍ୟ ଭିନ୍ନ
ଖାଦ୍ୟ ଓ ପୋଷାକ
ସବୁ ଥିରେ ଭିନ୍ନ
ଏତେ ଭିନ୍ନ ତା ରେ
ଗୋଟିଏ ଅମେରେ
ଭାରତ ର ପୁଅ ଝିଅ।
ଭାରତ ମାତା ର ଜୟ,,,,,,
ବିଜୟ କୁମାର ସ୍ବାଇଁ
ପ୍ରଧାନ ପଡା
ଗୋପୀନାଥ ପୁର
କଟକ
୯୧୭୮୮୭୧୨୩୮