Sahitya Jibana

Portal on odia literature

ବ୍ରହ୍ମ ରାକ୍ଷସ – ପ୍ରୀତିମୟୀ ବିଶ୍ଵାଳ

1 min read

“ବ୍ରହ୍ମରାକ୍ଷସ” ଗୋଟିଏ ଏମିତି ଏକ ନାମ ଯାହାକୁ ଶୁଣିଲେ ଆମ ମନରେ କିଛି ପ୍ରଶ୍ନ ଉଙ୍କିମାରେ ଯେ ବ୍ରହ୍ମରାକ୍ଷସ ପୃଥିବୀରେ ଅଛନ୍ତି ନା ଏହା ଆମ ମନର ଭ୍ରମ ଯାହା ଏଯାଏଁ ସ୍ପଷ୍ଟ ହୋପାରିନାହିଁ ।

ଯାଜପୁରର ଏକ ଗ୍ରାମରେ କ୍ଷୁଦ୍ର ପରିବାର ବାସ କରୁଥିଲେ । ସେହି ପରିବାରରେ ଦମ୍ପତି ଓ ତାଙ୍କର ଏକ ପୁତ୍ର ରହୁଥିଲେ , କିଛି ଦିନ ପରେ ହଠାତ ତାଙ୍କ ଘରେ କିଛି ଅସ୍ଵାଭାବିକ ଘଟଣା ଘଟିଲା । ଛାଇ ପରି ଦେଖା ଯିବା, କିଏ ଚାଲିଗଲା ପରି ଲାଗିବା , ଘର କମ୍ଫିବା , ରାତିରେ ଭୟଙ୍କର ଶବ୍ଦ ଶୁଣାଯିବା ପରି ଦୁର୍ଘଟଣା ଦେଖାଗଲା । ଗୋଟେ ଦିନ ରାତିରେ ଆଶ୍ଚର୍ଯ୍ୟ ଜନକ ଭାବରେ ଘରେ ନିଆଁ ଲାଗିଗଲା । ଦମ୍ଫତ୍ତି ଜଣଙ୍କ ଘରକୁ ରକ୍ଷା କରିବା ପାଇଁ ବାହାରକୁ ଆସିବା ସମୟରେ ଭୟଙ୍କର ଦୃଶ୍ୟ ଦେଖିଲେ ଯେ ଏକ ବିଶାଳକାୟ ଛାଇଟିଏ ଅଛି ଯାହାର ହାତ,ଗୋଡ ,ନଖ ବହୁତ ଲମ୍ବା ଓ ଦେହସାରା ରୁମ ଏହା ଦେଖି ଦମ୍ଫତ୍ତି ବୁଝି ଗଲେ ଯେ ସେ ହେଉଛି ବ୍ରହ୍ମରାକ୍ଷାସ ।

ପରଦିନ ସେ ଗାଁରେ ଥିବା ଏକ ବୃଦ୍ଧ ଲୋକଟିକୁ ରାତିରେ ଦେଖିଥିବା ବ୍ରହ୍ମରାକ୍ଷସ କଥା କହିଲେ ।ଏପରି କ’ଣ ପାଇଁ ହେଉଛି ପଚାରିଲେ? ବୃଦ୍ଧ ଜଣଙ୍କ ଏହାର କାରଣ କହିଲେ,” କିଛି ଦିନ ପୂର୍ବେ ତୁମେ ଘର କରିଥିବା ସ୍ଥାନରେ ଏକ ବାଉଁଶ ବଣ ଓ କୂଅ ଥିଲା। ଏହି ଗ୍ରାମରେ ଏକ ବ୍ରାହ୍ମଣ ପରିବାର ବାସ କରୁଥିଲେ ,ତାଙ୍କର ଏକ ମାତ୍ର ପୁତ୍ର ଥିଲା ସନିଆ । ସର୍ବଗୁଣସମ୍ପର୍ଣ୍ଣ ସନିଆ ଥିଲା । ସାଙ୍ଗସାଥି ମାନଙ୍କ ମଧ୍ୟରେ କଳିଝଗଡା ହେବାରୁ ସେମାନେ ସନିଆକୁ ମାରି ବାଉଁଶ ବଣ ମଧ୍ୟରେ ଥିବା କୂଅ ଭିତରେ ପକାଇ ଦେଲେ । ଯାହା ପରବର୍ତ୍ତୀ ସମୟରେ ସନିଆ ବ୍ରହ୍ମରକ୍ଷାସ ରୂପ ନେଲା। ତାର ଅତୃପ୍ତ ଆତ୍ମା ହତ୍ୟାକାରୀଙ୍କୁ ଆଜିବି ଖୋଜିଛି ପ୍ରତିଶୋଧ ପାଇଁ । ଆଗରୁ ବି ଥରେ ରାତ୍ର ପ୍ରାୟ ୧୧ଘଟିକା ସମୟରେ ତମ ଘର ପାଖରେ ଥିବା ବର ଗଛ ଦେଇ ଦମ୍ପତି ଓ ତାଙ୍କ ର ଏକ କୁନି ପିଲାକୁ ଧରି ଯାଉଥିଲେ। ସେହି ଗଛ ପାଖରେ ତାଙ୍କ ସ୍ତ୍ରୀଙ୍କର ହଠାତ ଦେହ ଅସୁସ୍ଥ ଲାଗିବାରୁ ସେ ଗାଡି ରଖିଲେ । ଚାରିଆଡ଼େ ଅନ୍ଧକାର , ବିଲୁଆ ଚଢେଇଙ୍କର ବିକଟାଳ ରାବ ଏକ ଭୟଭୀତ ପରିବେଶ ସୃଷ୍ଟି କଲା । ସେହି ସମୟରେ କିଛି ଅଦ୍ଭୂତ ଶବ୍ଦ ହେଲା ସେମାନେ ଚାରିଆଡକୁ ଅନାଇଲେ କେହି କୁଆଡେ ନଥିଲେ , ଏହି ଶବ୍ଦ ବାରମ୍ବାର ଶୁଣାଗଲା । ସ୍ୱାମୀ ଜଣଙ୍କ ବୁଝିଗଲେ ଯେ ଏଠାରେ ରହିବା ନିରାପଦ ନୁହେଁ । ସେମାନେ ଯିବାକୁ ବାହାରିଲେ , ଗାଡି ଷ୍ଟାର୍ଟ କରିବାବେଳକୁ ଗାଡି ଚାଲିଲା ନାହିଁ । ହଠାତ ପତ୍ନୀ କୁ ଲାଗିଲା ଯେପରି ତାଙ୍କ ପିଲାକୁ କିଏ ଟାଣୀନେଉଛି ସେ ଜୋରରେ ଚିତ୍କାର କଲେ ସେହି ସମୟରେ ଭୂକମ୍ପନ ସୃଷ୍ଟି ହେଲା ଆଉ ତାଙ୍କ ସ୍ତ୍ରୀକୁ କିଏ ଟାଣିନେଲା । ସେ ପାଟିକରି ଗାଁ ଲୋକଙ୍କୁ ଡାକିଲେ ସମସ୍ତେ ଲାଇଟ ନେଇ ଆସିଲାବେଳକୁ ଦେଖିଲେ ଯେ ବରଗଛର ପଛ ପାଖରେ ଏକ ବିଶାଳକାୟ ପୁରୁଷ ଛିଡ଼ାହୋଇଛି , ଏମାନେ ଜାଣିଗଲେ ସେ ହେଉଛି ବ୍ରହ୍ମରାକ୍ଷସ । ଗାଁ ଲୋକଙ୍କୁ ଦେଖି ସେ ହଠାତ ଉଭାନ ହୋଇଗଲା ” । ବ୍ୟକ୍ତି ପଚାରିଲେ, “ସନିଆର ହତ୍ୟାକାରୀ ଏବେ କେଉଁଠି ? ” ବୃଦ୍ଧ ଜଣଙ୍କ ଉତ୍ତର ଦେଲେ , “ସେମାନଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି, ଏହି କଥା ବ୍ରହ୍ମରାକ୍ଷସ ରୂପକ ସନିଆକୁ ଜଣାନାହିଁ ।”

ବୃଦ୍ଧଙ୍କ ଠାରୁ ବ୍ୟକ୍ତି ବ୍ରହ୍ମରାକ୍ଷସର କଥା ଶୁଣି , ଘରକୁ ଫେରି ପତ୍ନୀଙ୍କୁ ସବୁ କଥା ଜଣାଇଲେ । ସେହି ଦିନ ଅଧରାତ୍ରୀରେ ବ୍ରହ୍ମରାକ୍ଷସ ବାହାରିବାରୁ ବ୍ୟକ୍ତିଜଣଙ୍କ ସାହସ କରି ତା ଆଗକୁ ଯାଇ କହିଲେ ଯେ,”ତମ ହତ୍ୟାକାରୀମାନେ ବର୍ତ୍ତମାନ ଜୀବିତ ନାହାନ୍ତି ତେଣୁ ତମର ପ୍ରତିଶୋଧ ପୂରଣ ହୋଇସାରିଛି ଯଥାଶୀଘ୍ର ତମେ ଗ୍ରାମ ଛାଡି ଚାଲିଯାଅ ।
ବୁଢ଼ୀ ମା ତା ନାତିକୁ କାହାଣୀଟି କହୁଥିଲା । ନାତି ନ ଶୋଇବାରୁ ବ୍ରହ୍ମରାକ୍ଷସ କଥା ଶୁଣୁଥିଲା , କାହାଣୀ ଶୁଣି ଶୁଣି ନାତି ଡରି ଯାଇ ଶୋଇପଢିଲା ।

ଏହା ଏକ କାଳ୍ପନିକ କାହାଣୀ। କୋୖଣସି ତ୍ରୁଟି ଥିଲେ କ୍ଷମା କରିବେ ।

ପ୍ରୀତିମୟୀ ବିଶ୍ଵାଳ
ସୁନ୍ଦରଗଡ, ରାଉରକେଲା

Copyright © Sahitya Jibana | Newsphere by AF themes.
Open chat
Hello
How can you help we?