Sahitya Jibana

Portal on odia literature

ସାପ,ମୟୂର ଓ ବୈଲଚନ – ସୁକାନ୍ତ ଖଣ୍ଡା

1 min read

ସାତ ବର୍ଷର ବୈଲଚନ ଖେଳୁଥିଲା ବଗିଚାରେ। ତାକୁ ତା’ର ବାପା କମଳବାବୁ ବଲଟିଏ ଆଣି ଦେଇଥିଲେ ତ ବଲଟି ଖେଳୁଖେଳୁ ବଗିଚାର ଆବର୍ଜନା ଆଡ଼କୁ ଚାଲିଗଲା। ବୈଲଚନ ବଲଟି ଆଣିବା ପାଇଁ ଦୌଡି଼ଗଲା କିଂତୁ ବଲଟିକୁ ବୈଲଚନ ପାଇଲା ନାହିଁ ତ ଭଗ୍ନ ମନୋରଥ ନେଇ ଫେରିଲା। ସେ ଏବେ ଆଖିରୁ ଲୁହ ଗଡେ଼ଇ ବସି ରହିବାବେଳେ ଦେଖିଲା ଘରର ମୟୂରଟି ପୁଚ୍ଛ ମେଲେଇ ନାଚୁଛି। ବୈଲଚନ ଖୁସିରେ ତାଳି ମାରିଲା। ବୈଲଚନ ଯେଉଁଠି ଠିଆ ହୋଇଥିଲା ସେଠାରେ ଥିବା ଗାତ ଭିତରେ ସାପଟିଏ ବାହାରି ଫଣାଟେକି ବୈଲଚନକୁ ଚୋଟ ମାରିବାକୁ ଗଲାବେଳେ ମୟୂର ଦେଖିଦେଲା। ମୟୂର କାଳ ବିଳମ୍ବ ନ କରି ଉଡି଼ଯାଇ ସାପକୁ ମାରି ଗିଳିଦେଲା।
ଏବେ ବୈଲଚନ ଦେଖିଲା ମୟୂର ଯୋଗୁଁ ତା’ର ଜୀବନ ରକ୍ଷ। ହେଲା। ସେ ଘରକୁ ଯାଇ ବାପାଂକୁ ସବୁକଥା ଫିଟାଇ କହିଲା। କମଳବାବୁ ମୟୂରକୁ ପୋଷି ଯେତିକି ଖୁସି ଓ ଭଲ ପାଉଥିଲେ ଏବେ ଦୁଇଗୁଣା ଭଲ ପାଇବା ଦେଲେ। ବୈଲଚନ ଆଉ କୌଣସି କାମ ଏକୁଟିଆ କରୁ ନାହିଁ। ଯେତେବେଳେ ଯାହା କରୁଛି ସାଙ୍ଗରେ ଜଣଂକୁ ନେଇ କରୁଛି। ଘରୁ ବାହାରିଲା ତ ଜଣେ ସାଙ୍ଗ ଦରକାର। ସେ ଜେଜେଠୁ ଶୁଣିଥିଲା। ଏକୁଟିଆ ଯିବ ନାହିଁ ସାଙ୍ଗରେ ନେବ ଜଣେ ତ ଏହାକୁ ଏବେ ଅଂଗେ ଲିଭାଇବା ପରଠୁ ପାଳନ କରୁଛି।
ଦିନେ ବୈଲଚନ ଏ କଥାକୁ ଗୁରୁତ୍ଵ ଦେଉ ନ ଥିଲା। ଏବେ ପ୍ରତିକ୍ଷଣ ତାକୁ ପାଳନ କରୁଛି। ସେ ଏହି ନୀତିବାଣୀକୁ ଭଲ କି ମନରେ ରଖି କାମରେ ଲଗାଇ ଚାଲିଛି। ସତରେ ସାଙ୍ଗହେବା ଗୋଟିଏ ଭଲଗୁଣ ଯେଉଁ ଗୁଣ କୌଣସି ମରଣ ମୁହଁରୁ ବି ବଞ୍ଚ।ଇ ପାରିବ। ଆଜି ବୈଲଚନ ମୟୂରକୁ ଘନିଷ୍ଟ ସାଙ୍ଗ ଭାବରେ ଗ୍ରହଣ କରି ନିଜର କର୍ମ ସଂପାଦନ କରି ଚାଲିଛି।
***
ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ,ଜି-କେନ୍ଦୁଝର ପି-୭୫୮୦୨୮
ଇ-ମେଲ୍ :
khandasukanta@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?