ଘରଚଟିଆଠୁ ଶିଖୁଛି – ସୁକାନ୍ତ ଖଣ୍ଡା
1 min read
ଘରଚଟିଆଟିଏ ମୋର ଚାଳରେ ବସା କରି ରହୁଥିଲା। ତା’ର ଜୀବନ ସାଥି ନ ଥିଲେ ତ ନିତି ଉଡି଼ବୁଲି ପୋକଜୋକ ଖାଇ ତା’ ବସାରେ ରହେ। ତା’ର ଶାନ୍ତ,ସୌମ୍ଯ ଓ ନିରୀହତା ମୋତେ ଆନନ୍ଦ ଦିଏ। ରାତି ପାହିଲେ କିଛି ଖୁଦ ମଳୁଖ ତା’ ଆଗରେ ବୁଣିଦିଏ ତ ସେ ନିଜର ଡେଣାକୁ ଝାଡି଼ଝାଡି଼ ଖାଇଯାଏ ଓ ପେଟ ପୂରିଗଲେ ଚାଳ ଉପରେ ବସି କିଚିରି ମିଚିରି ରାବ ଦିଏ।
ଘରଚଟିଆର ଏହା ଦୈନ୍ଯଦିନ ଘଟଣା। ଦିନେ ଘର ଚଟିଆଟି କୁଆଡୁ ଗୋଟିଏ ଜୀବନ ସାଥି ଆଣି ନିଜ ଘରେ ସ୍ଥ।ନ ଦେଲା। ଆଜି ଘରଚଟିଆଟି ଖୁବ୍ ଆନଂଦିତ କି ସୁଖଦୁଃଖ ହେବାକୁ ପାଖରେ ଜଣେ ଅଛି। ଦୁହେଁ ଖିଆପିଆ,ଆନନ୍ଦ ଉଲ୍ଲ।ସ ଭିତରେ ତାଙ୍କର ବସାକୁ ସୁଦୃଢ଼ କରିଦେଲେ। ବସା ସୁଦୃଢ଼ ହେଲା ତ ଅଂଡା ଦେଇ ଛୁଆ ଫୁଟାଇଲେ।
ଆଜି ଦୁଇ ପତି ପତ୍ନୀ ଖୁବ୍ ଆନଂଦିତ କି ସେମାନେ ବାପା ଓ ମାଆ ହୋଇଗଲେ। ଛୁଆ ଦୁଇଟି ଧିରେଧିରେ ବଡ଼ ହୋଇ ଖଂଡି ଉଡା଼ ଓ ପରେ ଭଲରେ ଉଡି଼ ସ୍ବ।ଧୀନ ଭାବରେ ଚରାବୁଲା କଲେ। ମୁଁ ଏ ସବୁ ନିରୀକ୍ଷଣ କରେ। ଚଢେ଼ଇ ହୋଇ ଏତେ ଆନନ୍ଦ। ଦିନେ ହେଲେ ଝଗଡା଼ କରିବା ଦେଖି ପାରିଲିନି ହେଲେ ମୋର ପତ୍ନୀ ନିତି କଜିଆ କରେ। ଆଜି ଏଇଟା କାଲି ସେଇଟା ନ ହେଲେ ଜାଣ ବାଘୁଣୀ ପରି ଗର୍ଜନ,ନାଗୁଣୀ ପରି ଫଣା ଟେକିବ। ମୋର ପ୍ର।ଣଭୟ କଳିକୁ ଯଦି ଦୁର୍ଗ। କି କାଳୀରୂପ ଧରିଛି ତ ଜାଣ ପୃଥିବୀ ଓଲଟ ପାଲଟ।
ମୁଁ ଭାବିଚାଲେ ସ୍ବର୍ଗରୁ ନର୍କ। ତଉଲୁ ଥାଏ ଘରଚଟିଆ ଚଢେ଼ଇ ଓ ମୋର ପତ୍ନୀର ବିଷୟରେ। ଆଖିରୁ ଝରିପଡେ଼ ଲୁହ। ନିଭୃତ କୋଣରେ ଜମାଟ ବାଂଧେ ରକ୍ତ ପିଂଡୁଳା। କହି ହୁଏ ନା କି ସହି ହୁଏନା? ନିଜକୁ ସମ୍ଭ।ଳେ କେଉଁ କର୍ମର ଏ ଫଳ ଭାବି ଲୁହକୁ ପୋଛେ। ଈଶ୍ବରଂକୁ ଧନ୍ଯବାଦ ଦିଏ ଯଥାଶୀଘ୍ର ପ୍ର।ରବ୍ଧ ଘୂଂଚାଇ ସୁଖ ଓ ଶାଂତି ଦେବାକୁ।
ଆଜି ଘରଚଟିଆକୁ ପ୍ରଣାମ କରୁଛି। ତା’ ପାଖରୁ ଶିଖୁଛି କେମିତି ସଂସାର ଚଳେଇ ସୁଖୀ ଜୀବନ ଯାପନ କରିବାକୁ ହେବ।
***
ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ,ଜି-କେନ୍ଦୁଝର ପି-୭୫୮୦୨୮
ଇ-ମେଲ୍ :
khandasukanta@gmail.com