Sahitya Jibana

Portal on odia literature

ଶ୍ରୀ ଶ୍ରୀ ଜଗନ୍ନାଥାୟ ନମଃ – ଅର୍ଜୁନ ସାହୁ

1 min read

ଏଇ ମନ ମୋର ନୀଳାଚଳକ୍ଷେତ୍ର
କ୍ଷେତ୍ରାଧୀଶ କ୍ଷେତ୍ରବର,
ପ୍ରଭୂହେ…….କ୍ଷେତ୍ରାଧୀଶ କ୍ଷେତ୍ରବର ।
ହୃଦୟ କରିଛି ରତ୍ନ ସିଂହାସନ
ଆସ ହେ କମଳା ବର
ଧନ୍ୟ କରିଦିଅ ହେ ପ୍ରାଣ ଠାକୁର
ଅଳିକ ପରାଣ ମୋର ,
ପ୍ରଭୂହେ…….କ୍ଷେତ୍ରାଧୀଶ କ୍ଷେତ୍ରବର ।
ପୂଜାର ସଂଭାର ଦେବାକୁ ପ୍ରଭୂହେ ,
ମନ ବଳେ ନାହିଁ କିନା
ଯାହା ଦେଇଥାନ୍ତି ସବୁତ ତୁମର
ଅପରାଧୀ ହେବି ସିନା
ପରାଣ ନୈବେଦ୍ୟ ଭକ୍ତି ପୁଷ୍ପହାର
ଅରପି ଦିଏ ପୟର
ପ୍ରଭୂହେ…….କ୍ଷେତ୍ରାଧୀଶ କ୍ଷେତ୍ରବର ।

ଅର୍ଜୁନ ସାହୁ
(ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ)
ପୁରୀ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?