Sahitya Jibana

Portal on odia literature

ଅସଜଡା ବହି – ସୁକାନ୍ତ ଖଣ୍ଡା

1 min read

ମୁଁ ଅସଜଡା଼ ବହି
ମୋତେ କାହାର ନଜର ଥାଏ ନା ଭଲ ପାଇବା ହୁଏ?
ମୁଁ ତ ଧୂଳି ମଳିରେ ଗଡୁଛି କେଉଁ ନିଭୃତରେ
ଉଇ ଖାଉ କି ପାଣିରେ ଭିଜୁ?
କିଏ ପଚାରେ କୁହ?
ଶୋଇଶୋଇ ଭାବେ ଓ ବୋହିଯାଏ ଲୁହ
ଯେମିତି ଝରିପଡେ଼
ଆକାରଶରୁ ମେଘ ଆଉ
ଝଡା଼ପତ୍ରର ଖଡଖଡ୍ ପରି
ଏ କୋଣରୁ ସେ କୋଣ
ଶେଷରେ ଗାଈ ଅବା ଖଣିକୁ ଯୋଗ୍ଯ।
ମୋର ଅସହାୟତାରେ
ଯୋଗ ଦେଲା ବିବେକ
କହିଲା ଦୁଃଖ କର ନାହିଁ
ତୁମେ ତ ଅମୃତର ଅମୃତ
ଏବେ ନ ହେଲେ କେବେ
ଇଏ ନ ହେଲେ ବି କିଏ?
ତୁମ ପରି ଅବିକଳ ନକଲକୁ
କିଏ ଭଲ ପାଉଥିବ
ଯିଏ ଗୁଢ଼ ରହସ୍ଯ
ପୂଜାର ଯୋଗ୍ଯ
ସେ ତ ଯୁଗେଯୁଗେ ଅମଳିନ।
ଏକଥା ସରି ନାହିଁ
ଜ୍ଞ।ନ ଦେଖିନେଲା
କୋଳେଇ ମୁଂଡି଼ଆ ମାରିଲା
ଆଉ ଧିକାରିଲା ନିଜକୁ ତ
ବୁଝିଲି ବିବେକର କଥା
ଭୁଲ ହେବା ତ ସ୍ବ।ଭାବିକ
ସେଇ ମର୍ମରେ ଅଲୋଡା଼ ହିଁ ଥିଲି।

ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ,ଜି-କେନ୍ଦୁଝର ପି-୭୫୮୦୨୮
ଇ-ମେଲ୍ :
khandasukanta@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?