ଭିନ୍ନ ଭାବନା – ଅନୁରାଧା କର
1 min readନିଜ ଝିଅ ଯଦି ଜିନ୍ସ ପିନ୍ଧୁଛି
ତାହାଲେ ମୋ ଝିଅ ସୁନ୍ଦର
ବୋହୁ ଟି ମୁଣ୍ଡ ରୁ ଲୁଗା ଖସିଗଲେ
ସଭିଙ୍କ ର ଭିନ୍ନ ନଜର
ଜ୍ବାଇଁ ଯଦି କେବେ ଝିଅ କଥା ମାନି
ବାହାରେ ବୁଲିଲେ ଆନନ୍ଦ
ବୋହୁ ସାଥେ ପୁଅ କଥା ହୋଇଗଲେ
କାହାକୁ ଲାଗେନା ପସନ୍ଦ
ଝିଅ ସବୁବେଳେ ଘଣ୍ଟା ଘଣ୍ଟା ଧରି
ମୋବାଇଲ୍ ରେ ବସି ଗପିବ
କାମ ସାରି ବୋହୁ ଫୋନ ଧରିଲେ
କେତେ ଅଭିଯୋଗ ଆସିବ
ଝିଅ ଯଦି ରାଗି ଜବାବ ଦିଅଇ
ସେ କଥା ଆଖି କୁ ଦିସେନା
ବୋହୁ ଯଦି କେବେ ତୁଣ୍ଡ ଖୋଲିଦିଏ
ଭଲ ବୋହୁ ରେ ସେ ଯାଏନା
ଶାଶୁ ଘର ଗଲେ ଝିଅ ଯେତେ ନେଲେ
ଘରୁ କେବେ କିଛି ସରେନା
ବୋହୁ ବାପ ଘରୁ ଯେତେ ବି ଆସିଲେ
ମନ କୁ କାହାର ପାଏନା ।
ଅନୁରାଧା କର
ଗ୍ରାମ- ମୈତ୍ର ତ୍ରିଲୋଚନ ପୁର
ଜିଲ୍ଲା – ପୁରୀ
ଇ-ମେଲ୍: anuradhakar29@gmail.com