ତୁମେ ଆସିବ ବୋଲି – ହେମବନ୍ତ ପ୍ରଧାନ
1 min readତୁମେ ଆସିବ ବୋଲି…. ଶବରୀ ପରି କରିଛି ପ୍ରତୀକ୍ଷା
ତୁମେ ଆସିବ ବୋଲି |
ଜାଣେନା ଆସିବ କି ନାହିଁ
ଜାଣେନା ସପନରେ ଆସିବ ନା ବାସ୍ତବରେ
ହେଲେ ଏ ମନ ଭାବିଛି
ତୁମେ ଆସିବ ବୋଲି |(1)
ଏ ମନ ଦେଖିଛି କେତେ ଯେ ସପନ
ଭାବିଛି ମନେ ମନେ କେମିତି କାଟିବି ଦିନ
ଭାବେ ଏ ମନ
କେତେ କଥା ମନେ ମନେ
ତୁମେ ଆସିବ ବୋଲି | (2)
ତୁମେ କଥା ଦେଲା ପରେ
ଏ ମନ ମାନୁନି
ଦେଖୁଛି ସପନ
ତୁମେ ଆସିବ ବୋଲି |(3)
ଏ ମନ ଭାବୁଛି
ତୁମେ ଆସିଲେ ଜୀବନ ଟା ହୋଇଯିବ ରଙ୍ଗୀନ୍
ମନ ମଧ୍ଯେ ତୁମେ ଯେ ରହିବ ବାହାରେ ରହିବ ଫଗୁଣର ସିନ୍
କେବଲ ତୁମେ ଆସିବ ବୋଲି |
ହେ ପ୍ରିୟା ତୁମେ ଆସିବ ବୋଲି….
ତୁମେ ଆସିବ ବୋଲି |(5)
ହେମବନ୍ତ ପ୍ରଧାନ
ବରଗଡ଼
ପିନ୍ :-768038
ଇ-ମେଲ : hbpradhan7064@gmail.com