କେତେ ଦୁରେ ଅଛୁ ତୁହି – ଅନ୍ତର୍ଯ୍ୟାମୀ ସାହୁ
1 min readଆଲୋ ମୋ ମାଆଲୋ ମୋ ସୁନା ମାଆଲୋ
କେତେ ଦୁରେ ଅଛୁ ତୁହି,
ଆ ଫେରି ଥରେ ମୋପାଶେ ମାଆଲୋ
ଚାହିଁ ଅଛି ପଥ ମୁହିଁ ।।
ଭାବିଲୁନି ଦିନେ ତୋ ବିନା ମୋହର
କେମିତି ଦିନ କଟିବ,
ତୋ ହାତ ପରସ ନପାଇ ମାଆଲୋ
ଜୀବନ ବ୍ୟର୍ଥ ହୋଇବ । ।
ତୁମ୍ଭେ ଥିଲ ମୋର ଧୈର୍ଯ୍ୟ ସୌର୍ଯ୍ୟ ଦମ୍ଭ
ତୁମ୍ଭେ ପଥ ପ୍ରଦର୍ଶିକା ,
ତୁମ୍ଭେ ଥିଲ ମୋର ଚିନ୍ତା ଓ ଚେତନା
ତୁମ୍ଭେ ମୋ ମାର୍ଗଦର୍ଶିକା । ।
କେତେ କଷ୍ଟ ସହି ଦେଇଥିଲ ମୋତେ
ନୂତନ ଆଲୋକ ଦେଖା,
ତୁମରି ଆଶିଶେ ପାଇଅଛି ମୁହିଁ
ଏ ଜୀବନ ଦୀପଶୀଖା ॥
ଜନନୀ ଗୋ ତୁମ୍ଭେ ଅଟ ଗରିୟସୀ
ପୃଥିବୀଠୁ ବହୁ ଉର୍ଦ୍ଧ୍ୱେ,
ତୁମ୍ଭ କରୁଣାର ସିମା ନାହିଁ ଦେବୀ
ପୁଣି କେବେ ହେବ ଉଦେ ।।
ଚାଲିଗଲ ତୁମ୍ଭେ ଅଫେରା ରାଇଜେ
କାଟି ସବୁ ବନ୍ଧନକୁ,
ମାୟା ମମତାର ଡୋରୀ ଛିଣ୍ଡାଇଲ
ଅଛିକେ ସାହା ହେବାକୁ ।।
ସଂପର୍କରୁ ଦୁରେ ମମତାରୁ ଦୁରେ
ବହୁ ଉର୍ଦ୍ଧ୍ୱେ ଚାଲିଗଲ,
ଫେରି ନଚାହିଁଣ ଅନାଥ କରିଲ
ମୋତେ କିମ୍ଵା ଭୁଲିଗଲ । ।
ଆସଥରେ ଫେରି ହେ ଜନନୀ ତୁମ୍ଭେ
କରୁଅଛି ନିବେଦନ,
ଦେଖିଯାଅ ଥରେ ତୁମ ବିରହରେ
କେମିତି ଅଛି ଜୀବନ ॥
ଅନ୍ତର୍ଯ୍ୟାମୀ ସାହୁ
ପଲମ , ନର୍ଲା, କଳାହାଣ୍ଡି
ଇ-ମେଲ୍: sahuantaryami12@gmail.com