ସ୍ମୃତି – ରୁପେନ୍ଦ୍ର ସୁନାନୀ
1 min readଦିନ ଚାଲିଯାଏ ରାତି କଟିଯାଏ
ପାରୁନାହିଁ କେବେ ଭୁଲି,
ସପନେ ଆସୁଛି ଅତୀତର ସ୍ମୃତି
ଆଖିର ଝରକା ଖୋଲି।
କିଛି ହସ ଦିଏ କିଛି ଲୁହ ନିଏ
ସେହି ଅତୀତର ସ୍ମୃତି,
ଶୟନେ ସପନେ ପ୍ରତି ମୁହୂର୍ତ୍ତରେ
ଶୁଣାଏ ଅଭୂଲା ଗୀତି।
ପୁନେଇ ରାତି କି ଶ୍ରାବଣର ବର୍ଷା
ଡାକେ ମୋତେ ହାତ ଠାରି,
ନିଛାଟିଆ ସେହି ନିର୍ଜନ ରାତିରେ
ଦେହ ମୋର ଯାଏ ଥରି।
ଶୋଇ ମୁଁ ପାରୁନି ଦିନ ରାତି ଭାବି
ନିଦ ମାେ ଯାଇଛି ହଜି,
ଜୀବନକୁ ମୋର ଯାଇଅଛି ଭୁଲି
ସ୍ମୃତିର ବର୍ଷାରେ ଭିଜି।
ରୁପେନ୍ଦ୍ର ସୁନାନୀ
ଗ୍ରାମ/ପୋ – ଖୁଣ୍ଟିଆ ଭାୟା- ପର୍ଲା
ଜି – କଳାହାଣ୍ଡି, ଓଡିଶା ,ପିନ- ୭୬୬୧୦୩
ଇ-ମେଲ୍: rupendrasunani123@gmail.com