ସ୍ୱାଭିମାନ – ସୁକାନ୍ତ ଖଣ୍ଡା
1 min readଟାଙ୍ଗରତଳିରେ କିନ୍ନରଟିଏ ଥିଲା। ନିଜକୁ କିନ୍ନର ଭାବି କେବେ ବି ଦୁଃଖ ଓ ଶୋକ କରୁ ନ ଥିଲା। ତା’ର ଏହି ସ୍ବଭାବ ପାଇଁ କେତେ ଲୋକ ଭଲ ପାଉଥିଲେ ତ ଆଉ କେତେକ ଟାହି ଟାପରା କରୁଥିଲେ। କିନ୍ନରଟି କିଂତୁ ଈଶ୍ବରଙ୍କ ଇଛା ଓ ଆଶାକୁ ସମ୍ମ।ନ ଦେଉଥିଲା।
ଦିନେ କିନ୍ନରଟି ନିଜର କାମରେ ଲାଗିଥିଲା। ତାକୁ ସରପଂଚ ସମାପିକା ବିଭିନ୍ନ ଆଳ ଦେଖେଇ ଏ କାମରୁ ନିବୃତ୍ତ ହୁଅ ନାହିଁ ତୁମେ ତୁମ କାମ କର ହେଲେ ମୋର କାମକୁ ବି ଗ୍ରହଣ କର। ଏ କଥା ଶୁଣି କିନ୍ନରଟି କହିଲା,”ଭଉଣୀ ! ତୁମେ ନାରୀ ଜନ୍ମପାଇ ଧନ୍ଯ ମଣୁଥିବ କିଂତୁ ମୋତେ ଦେଖ ଈଶ୍ବର ଭିନ୍ନ ଭାବରେ ଗଢି଼ଦେଲେ। ଯଦି ମୁଁ ମୋର କର୍ମ ଓ ଧର୍ମରେ ସ୍ବ।ଭିମାନ ନ ରଖିବି ତ ଈଶ୍ବରକୁ ଅସମ୍ମ।ନ ହେବ।”
ଟିକିଏ ରହି ସରପଂଚ ସମାପିକାକୁ ପୁଣି କହିଲା “ଭଉଣୀ ! ତୁମେ ସରପଂଚ ହୋଇ ନିଜର କର୍ମ ସଂପାଦନ କରୁଛଂତି। ମୋତେ ତୁମର କଥାକୁ ସମ୍ମ।ନ ଦେବାର କଥା କିଂତୁ ମୁଁ ପାରୁନି ତୁମେ ମୋର ଭତ୍ତ। କରିଦେବାକୁ ଯେଉଁ ପ୍ରଲୋଭନ ଦେଖାଉଛଂତି ତାହା ମୁଁ ଚାହୁଁନି।” କିନ୍ନର ନିଜର ସ୍ବ।ଭିମାନରେ ଅଟଳ ରହିଲା। ତା’ର ଭତ୍ତ। କି ପଡି଼କାର୍ଡ କରିଲା ନାହିଁ। ସେ ନିଜର କଷ୍ଟରେ ଯେଉଁ ରୋଜଗାର କଲା ତାକୁ ହିଁ ସ୍ବର୍ଗସୁଖ ମଣି ନିଜର ଗଜୁରାଣ ମେଂଟେଇଲା।
ସତରେ ! ଏ କିନ୍ନରର ସ୍ବ।ଭିମାନକୁ ସମ୍ମ।ନ ଜଣେଇଁ ମୋର ମୁଣ୍ଡ ନଇଁ ଯାଉଛି କିଂତୁ ଓଡି଼ଶାର ସବୁ ଭାଇ ଭଉଣୀମାନେ ସରକାରଙ୍କ ଏହି ହାତଟେକା ଧନକୁ ଅନେଇ ବଂଚିଛତି। କି ଧନୀ କି ଗରୀବ ଆଜି ବି.ପି.ଏଲ ତାଲିକାରେ। ଯଦି ବି କାହାର ବି.ପି.ଏଲ ତାଲିକାରେ ନାହିଁ ଅନୁରୋଧ ଅବା ହାତଗୁଂଜା ଦେଇ ହାତେଇବାକୁ ପଛାଉ ନାହାଂତି। ଧନ୍ଯ କିନ୍ନର ଧନ୍ଯ ତୁମର ସ୍ବ।ଭିମାନ ଆଜି ଏ ସ୍ବ।ଧୀନତା ଦିବସରେ ମୋ’ ତରଫରୁ କୋଟିଏ ପ୍ରଣାମ ଘେନ।
ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି- କେନ୍ଦୁଝର ପି-୭୫୮୦୨୮