Sahitya Jibana

Portal on odia literature

ଦୟାମୟ ହରି – ଅଶୋକ କୁମାର ପତି

1 min read

ଆତ୍ମକଲ୍ୟାଣ ର ତିବ୍ରର ଛା ହେତୁ
ପାପ ତାପ ନାଶ ଗତି
ଜ୍ଞାନକର୍ମଯୋଗ ମନୁଷ୍ୟ ଶରୀରେ
ନିଷ୍ଠା ସମଭାବ ପ୍ରିତି ॥୧
ସାଂଖ୍ୟଯୋଗନିଷ୍ଠା କ୍ଷର ଅକ୍ଷରର
ପରମାତ୍ମାଭାବ ହେତୁ
ପୁରୁଷ ଉଭମଭକ୍ତି ଯୋଗସମ
ବିଧାୟକ ନ।ମ ସେତୁ ॥୨
ବିଶ୍ୱାସ ସତତ ଶ୍ରଦ୍ଧାଭକ୍ତିଚିତ୍ତ
ମନନ ଚିନ୍ତନ ଜପ
ବିବେକ ବିଚାର ସମପିତ ପ୍ରାଣ
ଈଶ୍ଵର ନାମରେ ତପ ॥୩
କୃପା ବାରିଧାର କରୁଣା ସାଗର
ଦିନ ଦୟାମୟ ହରି
ବିଭୁ ପ୍ରିତିକର ରାଧାପ୍ରାଣଧର
ଏକାନ୍ତ ଭାବକୁ ସ୍ମରି ॥୪
ଭଜ ସେ ହରିଙ୍କୁ ମନ ବୃନ୍ଦା ବନେ
ଚରଣେ ଲଗାଇ ଚିତ୍ତ
ଭବ ବାରିଧି ରୁ ପାରି କରିବାକୁ
ମିଳିବ କଣିକା ବିତ୍ତ ॥୫

ଅଶୋକ କୁମାର ପତି

ଢେଙ୍କାନାଳ

– ମେଲ୍: Patiashok Kumar 160gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?