ବୋହୂ – ସୁକାନ୍ତ ଖଣ୍ଡା
1 min readନୂଆ ବୋହୂ ଆମ ଭାରି ଫୁଲେଇ
ଲୁଚିଲୁଚି ଦିଏ ଲୁହ ବୁହାଇ।୧
ବାପଘର କଥା ପଡି଼ଲେ ମନେ
ଅଡି଼ବସି କହେ ସ୍ବ।ମୀଙ୍କ କାନେ।୨
କହୁକହୁ ଯଦି କାମଟା ହେଲା
ମନକୁ ଲଗେଇ ଖାଇବା ଦେଲା।୩
କଥା ନ ଶୁଣିଲେ ରୋଷେଇ ବନ୍ଦ
ଉପବାସ ରଖି କରିବ ଛନ୍ଦ।୪
ଯିଏ ଯାହା କହୁ ଚିଂତା ନ ଥାଏ
ପ୍ରଜାପତି ପରି ଫୁଲେଇ ହୁଏ।୫
ନୂଆ ବୋହୂ ବୋଲି ପାଏ ସେ କ୍ଷମା
ଜାଣି ନାହିଁ ପରା ଘର କରଣା।୬
ଶାଶୂ ଶ୍ବଶୂରଙ୍କ ସାହସ ପାଇ
ଫୁଲିଫୁଲି ଯାଏ ହସି ପକାଇ।୭
ନୂଆ ବୋହୂ ଆମ କେତେ ସୁନ୍ଦର
ଚାଲିଗଲେ ପଡେ଼ ମହୁର ଝର।୮
ଫୁଲେଇ ହେଲେବି ସଭିଂକୁ ବାଂଧି
ଏକାଠି ରଖିଛି ନ କରି ଫଂଦି।୯
ଏତିକି ତା’ ମାଆ ଶିଖାଇ ଅଛି
ଭକତି ଶରଧା ସଦା ବୁଣୁଛି।୧୦
ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି- କେନ୍ଦୁଝର ପି-୭୫୮୦୨୮