ମିଳନର ରାତି – ପ୍ରଜ୍ଞାଲିନ ସାହୁ
1 min read
ପ୍ରତୀକ୍ଷା ରତନହାସୀ
ଚପଳତା ଆଖେଈ
ମୁହଁ ଲଜ୍ୟାବତୀ
ବସି ଥିବ ଓଢଣୀ ଢାଙ୍କି |
ହୃଦୟେ ଭରିଛି ଅମାପ ସପନ
ସ୍ପନ୍ଦନ କିନ୍ତୁ ଭୟଚକିତ
ତଥାପି ବସିଛି ରତନହାସୀ
ରତ ଗୁରୁ ସ୍ପର୍ଶରେ ହେବାକୁ ପତ୍ନୀ |
ମଧୂପୁର୍ଣ୍ଣ ନିସ୍ତବ୍ଦ ରାତ୍ରି
ଉଜ୍ୱଳିତ ଦୀପ ବତୀ
ପ୍ରବେଶ କଲେ ରତ ଗୁରୁ
ଦେଖି ତରୁଣୀ କଣେଇ ଚାହିଁ ହସୁଛି |
ରତ ଗୁରୁ ଓଢଣୀ ଖୋଲିଲେ ଧୀରେ
ଲକ୍ଷ୍ମୀ ନାରାୟଣ ଏକ ହେଲେ
ଅଟେ ଏହି ବିଧାତା ନିୟମ
ଯାହାର ଇଙ୍ଗିତେ ହେବ ଦୁଇ ଆତ୍ମାର ମିଳନ |
======================
ପ୍ରଜ୍ଞାଲିନ ସାହୁ
ଜଗତସିଂହପୁର, ବାଲିକୁଦା
ଇ-ମେଲ୍ : papamaaprangyalins@gmail.com