Sahitya Jibana

Portal on odia literature

ବାପ ରାଣ ଢେଙ୍କିଗିଳ – ସୁକାନ୍ତ ଖଣ୍ଡା

1 min read

ଚାହୁଁ ନ ଥିଲା ସେ ବାହା ହୋଇବାକୁ ଦେଖି ତା’ର ରୂପକାଂତି
ବୀରକେଶ ନାହିଁ ହାଡୁଆ ଦେହକୁ ଲୋମଶ ନୁହେଁ ତା’ ଛାତି।୧
କେଉଁଠାରେ ସିଏ ମୂଲ ଲାଗୁଥିବ କହୁଛ କଂପାନୀ କାମ
ମାଲିକ ସହିତ ଭଲ ନ ପଡି଼ଲେ ଫେରିବ ଘରକୁ ଜାଣ।୨
ଚାଳ ଘରଟିଏ ରହିଛି ତାଙ୍କର ବସିବାକୁ ପିଂଡା଼ ନାହିଁ
ବାପାମାଆ ତା’ର ପର ଘରେ ପରା ବାସନ ମାଜଂତି ଯାଇ।୩
ଅମୁକ କହିଲା ସମୁକ କହିଲା କହୁଛଂତି ସାଙ୍ଗମାନେ
ଘର ଲୋକ ଖାଲି ବାପରାଣ ଢେଂକି ଗିଳଉଛ କିଆଁ ତୁମେ?୪
ସଭିଂକୁ କହିଲା ଯଦି ବାହାଦିଅ ଦେଖିବ ମଲା ଶବକୁ
ବାପାମାଆ କିଂତୁ ଶୁଣିଲେନି କିଛି ବାହାଦେଲେ ସେଇ ପିଲାକୁ।୫
ବାହାହେଲା ଝିଅ ଅନିଛା ପରେ ବି ଚାଲିଗଲା ଶାଶୂଘର
ଚଉଠି ରାତିରେ ଝାଡା଼ଯିବି କହି କଉଶଳେ ବହୂଦୂର।୬
ନିଜର ଲୁଗାକୁ ଗଛରେ ବାଂଧିକି ଆତ୍ମହତ୍ଯ। ସିଏ କଲା
ଘର ପରିବାର ଖୋଜିଖୋଜି ତାକୁ ରାତି ଆସି ପାହିଗଲା।୭
ରାତି ପାହିବାରୁ ମିଳିଗଲା ଶବ ଗଛରେ ଝୁଲୁଛି ସିଏ
ବାପଘର ଲୋକେ ଦେଖିକି ବୁଝିଲେ କି ଭୁଲ କରିଲୁ ହାଏ।୮
ଅନୁତାପ କରି ଲୁହ ଗଡେ଼ଇଲେ କିଂତୁ ସବୁ ସରିଥିଲା
ବାପରାଣ ଢେଂକି ଗିଳି କହିବାଟା ମହଂଗା ଆଜି ହୋଇଲା।୯
ହେ ଭାଇ ଭଉଣୀ ଝିଅର କଥାକୁ ଭଲକି ଥରେ ବୁଝିବ
ନ ହେଲେ ଏ ଝିଅ ପରିକା ନିଜର ରକତକୁ ହରେଇବ।୧୦

ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି- କେନ୍ଦୁଝର ପି-୭୫୮୦୨୮

Copyright © Sahitya Jibana | Newsphere by AF themes.
Open chat
Hello
How can you help we?