ଶୀତ, ଚାଷ, କୁହୁଡ଼ି – ସୁକାନ୍ତ ଖଣ୍ଡା
1 min readବସି କି ପାରିବ କୃଷକ ଶୀତରେ ଅଳସପଣରେ ମାତି
ଚାଷ କରିଦେଲା ବାଡି଼ରେ ତାହାର ଫୁଲକୋବି ଓ ବିଲାତି।୧
ଛନଛନ ହୋଇ ବଢି଼ଗଲା ଚାରା ଦେଖିଲେ ପେଟ ପୂରିବ
ସପନ ଦେଖିଲା ରୋଜଗାର ହେଲେ ଘରଟିଏ ତୋଳିଦେବ।୨
ପୁଅଝିଅ ମୋ’ର ବଡ଼ ହୋଇଲେଣି ଗୋଟିଏ ଘରେ ରହିବା
ସମିଚୀନ ନୁହେଁ ଆଜିକାଲି କଥା କାହାକୁ ଅବା କହିବା?୩
କେତେ ସ୍ବପ୍ନଥିଲା କୃଷକ ଭାଇର ଅସୀମ ସୁଖରେ ବୁଡି଼
ହେଲେ ଅଦିନରେ ଆସି ଉଭା଼ହେଲା କୁଆଡୁ ଆସି କୁହୁଡି଼।୪
ଦୁଇତିନି ଦିନ ଶାସନ ଭିତରେ ସବୁ କରିଦେଲା ଶେଷ
ଚାରା ମରି ସଫା ହୋଇଗଲା ସବୁ କୃଷକ କରିବ କିସ?୫
ଆଖିରୁ ବୋହିଲା ଗଂଗା ଓ ଯମୁନା ସପନ ହୋଇଲା ବୃଥା
ମୁଂଡେ ହାତ ଥୋଇ ବସିକି ରହିଲା ହୃଦୟ ଭୀଷଣ ବ୍ଯଥା।୬
ଶୀତ,ଚାଷ ଆଉ କୁହୁଡି ଏହା ତ ଈଶ୍ବରଙ୍କ ଦେଇ ହୁଏ
ନିମିତ ମାତ୍ର ଏ ମଣିଷ ଭାବିଲେ କି କରି ପାରିବ ହାଏ?୭
ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି- କେନ୍ଦୁଝର ପି-୭୫୮୦୨୮