ଆହେ ଜଗନ୍ନାଥ – ମନୋଜ କୁମାର ପଟ୍ଟନାୟକ
1 min read
ଜଗତର ନାଥ ଆହେ ଜଗନ୍ନାଥ
ଚକା ଆଖି ଚକା ଡୋଳା
ବରଶକୁ ଥରେ କରୁଥାଅ ପ୍ରଭୂ
ଲୋକ ଭକ୍ତ ଭେଳା ଭେଳା
ତୁମରି କରୁଣା ଥାଉ ମୋ ଉପରେ
ଆହେ ପ୍ରଭୁ ଚକା ଆଖି
ତୁମରି ପାଖରେ ପୁଷ୍ପ ଅର୍ପୁଚି ହେ
ରହି ଥାଓ ମୋର ସାଥି
ତୁମରି କରୁଣା ହେଲେ ଥରେ ପ୍ରଭୁ
ରଥଯାତ୍ରା ଦେଖି ଯିବି
ତୁମ ସୁନା ବେଶ ଦେଖିଦେଲେ ଥରେ
ଧନ୍ୟ ମୁଁହିଁ ହୋଇଯିବି
ତୁମରି ପାଖକୁ ଯିବା ପାଇଁ ପ୍ରଭୁ
ମନ ମୋର ଝୁରୂ ଥାଏ
ତୁମରି ଦର୍ଶନ ପାଇବା ପାଇଁ କି
ଆଖି ନୀତି ଖୋଜୁ ଥାଏ
ତୁମ ବାହୁତଳେ ରଖମତେ ପ୍ରଭୁ
ତୁମ ଭୁଜ ତଳେ ରଖ
ତୁମରି ଠାରୁ ମୁଁ କରୁଣା ପାଇଲେ
ଜୀବନ ସାର୍ଥକ ହେବ
ଜଗତର ନାଥ ଆହେ ଜଗନ୍ନାଥ
ବଡ଼ ଦେଉଳରେ ଥାଇ
ଭକତର ତମେ ଗୁହାରି ବୁଝୁଛ
ସବୁ ଦୁଃଖକୁ ଏଡାଇ
ମୋର ସୁଖେ ଦୁଃଖେ ସହା ହୁଅ ପ୍ରଭୁ
ଏତିକି ମିନତି ମୋର
ଧାନ ଦଉଲତ ଲୋଡା ନାହିଁ ମୋର
ଏତିକିରେ ମନ ଭୋଳ
ତୁମ କଳା ଦେହ ତୁମ କଳା ମୁଁହ
କରିଛି ଭକ୍ତକୁ ମହନ
ତୁମେ ଯେବେ ପ୍ରଭୁ ଢଳି ଢଳି ଆସ
ସୁନ୍ଦର ଲାଗେ ମୋ ଜଗମୋହନ
ଡଙ୍କ ତୋରାଣୀ କୁ ମନ ବଳି ଅଛି
ବଳିଛି ତୋର ଆଳତି
ଯେବେ ତୋର ଡୋର ଲାଗିବ କାଳିଆ
ଦେଖିବି ତୋ ସୁନା ମୃର୍ତ୍ତି
ମନୋଜ କୁମାର ପଟ୍ଟନାୟକ
ଗ୍ରାମ:- ରାଳବ
ବ୍ଲକ:- ହିଞ୍ଜିଳିକାଟୁ
ଜିଲ୍ଲା:- ଗଞ୍ଜାମ
ମୋବାଇଲ୍:-୯୯୩୭୩୦୭୮୫୭