Sahitya Jibana

Portal on odia literature

ଆସ ନବବର୍ଷ – ନୃସିଂହ ରାଉତ

1 min read

ସବୁ ବିଫଳତାର ବିଧ୍ବସ୍ତ
ବୁଭୁକ୍ଷୁ ପୃଥିବୀ ଚାରିଆଡ଼େ
ଖାଲି ହାହାକାର ଶୂନ୍ୟତାରୁ
ଶୂନ୍ୟତାକୁ ମହାଶୂନ୍ୟ ନଶ୍ବର ଇଶ୍ବର ।।

ଅବ୍ୟକ୍ତ ଭାଷାର ଭୟାବହତା
ଯନ୍ତ୍ରଣାରେ ଜଳେ ଜୀବନ ଧାରା
ଏଠି ନିରାଶାର ଦୀର୍ଘଶ୍ବାସ
ଦରଦୀ ପ୍ରାଣର ପିଡାରେ କମ୍ପନ
ଇତିକଥା ପୁଣି ଏହି ଇସାରା ।।

ପୃଥିବୀ ଫାଟୁଛି କରୋନା ମାଡୁଚି
ଧ୍ବଂସ ହେଉଛି ପାରିବା ପଣ
ବିଫଳ ହୋଇଛି ଧରା,ମଣିଷ ଧରିଛି
ମାରଣାସ୍ତ୍ର ଯାହା ମରିଛି ପ୍ରେମର
ପରିଭାଷା ସବୁ ହାତ ପାହାନ୍ତାରୁ
ଖସିଯାଏ ଘଟ ବଞ୍ଚିବାର ଇଛା
ପୁଲକିତ ପ୍ରାପ୍ତି ଏଠାରେ ସବୁ
ଛାତିଚିରି ଖାଲି ବିଦାରି ଦେଉଛି
ବିବର୍ଣ୍ଣ ଧରା ବିଫଳ ହୋଇଛି ପୃଥିବୀ
ଅସହାୟ ଏଇ ଜୀବନ ଧାରା ।।

ବିଫଳତାର ଏଇ ଅନ୍ଧ ଅର୍ଗଳିରୁ
ସଫଳତା ପାଇଁ ଧାଁ ଦୌଡରେ
ଆସ ବାଣ୍ଟିବାକୁ ଚେନାଏ ହସ
ନଥିବ କ୍ଲେଶର କ୍ଳୀଷ୍ଟ ଉପପାଦ୍ୟ
ନବବର୍ଷ ତୁମେ ଢାଳିଦିଅ
ଆସି ତୁମ ପ୍ରେମ ପରଶ।।
*********************
ନୃସିଂହ ରାଉତ  (ପୱନ କୁମାର)
ରାଜକନିକା, କେନ୍ଦ୍ରାପଡା
ମୋ –7682969700

Copyright © Sahitya Jibana | Newsphere by AF themes.
Open chat
Hello
How can you help we?