Sahitya Jibana

Portal on odia literature

ସମାଜରେ ରହିବାକୁ ହେଲେ ମନୁଷ୍ୟକୁ କିପରି ହେବାକୁ ପଡିବ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

1 min read
seashore under white and blue sky during sunset

ଜଣେ ସାଧୁ ଥିଲେ । ତାଙ୍କର ଶେଷ ସମୟ ଉପନୀତ ହେବାରୁ ସେ ନିଜ ଶିଷ୍ୟମାନଙ୍କୁ ପାଖକୁ ଡାକିଲେ । ଶିଷ୍ୟମାନଙ୍କ ଉଦ୍ଦେଶ୍ୟରେ ସାଧୁ କହିଲେ, ମୁଁ ତୁମମାନଙ୍କୁ ଆଜି ଏକ ଗୁଢ ରହସ୍ୟ କହିବି । ଏଥର ସାଧୁଜଣକ ନିଜ ପାଟି ଆଁ କଲେ ଏବଂ ଶିଷ୍ୟମାନଙ୍କୁ କହିଲେ, ମୋ ପାଟିରେ କେତୋଟି ଦାନ୍ତ ଅଛି, ତୁମେମାନେ ଗଣି କରି କୁହ । କିଛି ସମୟ ପରେ ସମସ୍ତ ଶିଷ୍ୟ ଏକ ସ୍ବରରେ କହିଲେ ଗୁରୁଦେବ ଆପଣଙ୍କର ତ ଗୋଟିଏ ବୋଲି ଦାନ୍ତ ନାହିଁ । ଗୁରୁ କହିଲେ, ଏଥର ଦେଖ । ମୋ ଜିଭ ଅଛି ନା ନାହିଁ । ଶିଷ୍ୟମାନେ କହିଲେ ହଁ ଅଛି । ଗୁରୁ ପୁଣି ଥରେ ପଚାରିଲେ, ଏହା କିପରି ହେଲା ? ଜିଭ ତ ଜନ୍ମରୁ ଥିଲା, ଦାନ୍ତ ପରେ ଉଠିଲା । ତା’ ହେଲେ ଦାନ୍ତ କିପରି ଝଡିଗଲା, ମାତ୍ର ଜିଭ ରହିଗଲା ? ଗୁରୁଙ୍କ ପ୍ରଶ୍ନର କୌଣସି ଉତ୍ତର ଶିଷ୍ୟମାନଙ୍କ ପାଖରେ ନଥିଲା । ଶିଷ୍ୟଙ୍କ ଉତ୍କଣ୍ଠା ଶାନ୍ତ କରିବା ଲାଗି ଗୁରୁଦେବ ସେମାନଙ୍କୁ କହିଲେ, ଏହି ଜିଭରେ ମାଧୁର୍ଯ୍ଯ ଥିଲା । ତା’ ସହିତ ଏହା କୋମଳ ଥିଲା । ସେଥିପାଇଁ ଆଜି ବି ଏହି ଜିଭ ମୋ ପାଖରେ ତିଷ୍ଠି ରହିଛି । ଅନ୍ୟପକ୍ଷରେ ଦାନ୍ତ ଗୁଡିକରେ ଆରମ୍ଭରୁ କଠୋରତା ଭରି ରହିଥିଲା । ସେଥିପାଇଁ ପଛରେ ଆସି ମଧ୍ୟ ସେଗୁଡିକ ଜିଭ ଭଳି ଦୀର୍ଘଜୀବୀ ହୋଇପାରିଲେ ନାହିଁ । ଏଣୁ ତୁମେମାନେ ଯଦି ଦୀର୍ଘଜୀବୀ ହେବାକୁ ଚାହୁଁଛ, ତା ହେଲେ କଠୋରତା ଛାଡ ଏବଂ ବିନମ୍ରତା ଶିଖ । ଗୁରୁଙ୍କ ବାଣୀ ଶିଷ୍ୟମାନଙ୍କ ହୃଦୟକୁ ଛୁଇଁ ଗଲା । ଏହି କଥାର ଅର୍ଥ ହେଉଛି, ସମାଜରେ ରହିବାକୁ ହେଲେ ମନୁଷ୍ୟକୁ ବିନମ୍ର ହେବାକୁ ପଡିବ, ତା ହେଲେ ଯାଇ ସଂସାରରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ।

ସଂଗ୍ରହକାରୀ
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ,
ସମ୍ପାଦକ- ମୋ ଅନୁଷ୍ଠାନ, ଆଳଦା, ଖଇରା,ବାଲେଶ୍ବର, ମୋ-୯୮୫୩୧୪୨୫୧୦

Copyright © Sahitya Jibana | Newsphere by AF themes.
Open chat
Hello
How can you help we?