Sahitya Jibana

Portal on odia literature

ନୁଆ ବରଷ – ଜଗଦୀଶ ଶତପଥୀ

1 min read

ନୂଆ ବରଷ ହେ ନୂଆ ବରଷ,
କାହୁଁ ଆସେ ତୋର ଅଚିହ୍ନା ସ୍ପର୍ଶ।
ଛୁଇଁ ଦେଲେ ଯାଏ ଗୋଟିଏ ବର୍ଷ,
ଆଲୋଡନ ଖେଳେ,ହେଉ ହରଷ।୧।
କେତେ ମଦ ମାଂସ,ବାଣ ଯେ ଫୁଟେ।
ରାତି ଅଂଧାର ରେ କି ଶୋଭା ଦିଶେ।
ସକାଳୁ ସକାଳୁ ଶୁଭେଚ୍ଛା ବାରତା,
ବଂଧୁ ବାନ୍ଧବ ଙ୍କ ମୁହଁ ତ ଦିଶେ।୨।
ଦିନ ଯାଇ ରାତି, କେତେ ଯେ ଆସେ।
ଅଛିଣ୍ଡା ଅଂକ କୁ ଯେତେ ମୁଁ କଷେ।
କେବେ ଭାଗଫଳ, କେବେ ଭାଗଶେଷ ‌।
କେବେ ମାନସାଙ୍କ ମନ କୁ ଆସେ।୩।

ଜଗଦୀଶ ଶତପଥୀ
ଧର୍ମଶାଳା , ଯାଜପୁର

Copyright © Sahitya Jibana | Newsphere by AF themes.
Open chat
Hello
How can you help we?