ଝୁମୁକୁ ଝାଇଁ – ସୁକାନ୍ତ ଖଣ୍ଡା
1 min readଝୁମୁକୁ ଝାଇଁ
ନୂଆ ବରଷ ଆସିଲା ଯଦି
ଖୁସିଟେ ହୁଅ କାହିଁ?୧
ଝୁମୁକୁ ଝାଇଁ
ପୁରୁଣା ପରି ନୂଆ ନ ହେବ
କହି ପାରିବ ଭାଇ?୨
ଝୁମୁକୁ ଝାଇଁ
ନୂଆକୁ ଏତେ ଭଲ ପାଉଛ
ପୁରୁଣା ହେୟ କାହିଁ?୩
ଝୁମୁକୁ ଝାଇଁ
ନୂଆ ପୁରୁଣା ବିପରୀତ ଏ
ଜାଣି ନାହିଁକି କେହି?୪
ଝୁମୁକୁ ଝାଇଁ
ନୂଆ ପୁରୁଣା ଉଭୟ ଆମ
ହୃଦୟ କୋଣେ ଥୋଇ।୫
ଝୁମୁକୁ ଝାଇଁ
ଭକତି ସହ ଆଦର ଯତ୍ନ
କରିବା ସୁଖ ପାଇଁ।୬ ***
ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯ।ଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି- କେନ୍ଦୁଝର ପି-୭୫୮୦୨୮