Sahitya Jibana

Portal on odia literature

ଭୋକ – ସୂର୍ଯ୍ୟକାନ୍ତ ମହାପାତ୍ର

1 min read
seashore under white and blue sky during sunset

ପେଟର ବ୍ୟାସାର୍ଦ୍ଧକୁ ମାପି

ସେ କେବେ ଆସିନି

ସେ ଚାଖଣ୍ଡେ ହେଉ କି ….

ଉଣା ଅଧିକ କମ୍ ବେଶି ,

ବେଶି ‘ର ଚର୍ବିରେ କୁଆଡେ

ବେଶି ଥାଏ ବୋଲି …….

ଗରିବର କୁଡ଼ିଆରେ ବେଶି ନଡା ରୁହେନି ,

ସେ କିନ୍ତୁ . . . . .

ତା ପ୍ରତିଶ୍ରୁତିରେ ନଛୋଡବନ୍ଧା

ବୁଝେନି ସରକାରୀ ବ୍ୟବସ୍ଥା / ଆଦବ୍ କାଇଦା ।

 

ସହିବାର ଜ୍ଵାଳାରୁ

ଯୁ …. ସରିଗଲେ ….

ହାତ/ଗୋଡ  ସବୁ ଅକ୍ଟୋପସ୍ ପରି ବଢିଚାଲେ

ସେ ନର୍ଦ୍ଦମା ହେଉ ଅବା ଜୁଇକୁ

ଭୋକରେ ପୁଣି ଗୋଟେ

ଟାଣପଣ କ’ଣ …..?

ବାସ୍ ….

କିଛି6ଢାକ ପ୍ରାପ୍ତିର ଆଶାବରୀରେ

ସନ୍ତୁଳି ହୁଏ,

ପାଦ ବଢାଇପାରେ

କାଶ୍ମୀରିରୁ …. କନ୍ୟାକୁମାରୀ

ଗୁଜୁରାଟରୁ ……ଗୋବରୀପଲ୍ଲୀ,

ପେଟର ଯନ୍ତ୍ରଣାକୁ ଭରିବାକୁ

ଉଦ୍ୟତ ହେଉ ହେଉ…..

କେତେବେଳେ ପାଦର ଚମଡା  ବି ସରିଯାଏ

ଠିକ୍ ସେ ମନେ ରହେନା ,

ମନେ ରଖିବ ବା’ …… କାହିଁକି ….?

ସେ ….. ତ …..

ମାଟିବୋଳା  ମାଟିର ମଣିଷ

ଯିଏ ଜନ୍ମରୁ ମାଟି ଉପରେ ଠିଆ ….. ଠିଆ ….

ତା’ର …….. ପୁଣି ………

ପଡ଼ି ଯିବାର ଭୟ କଣ …..?

ଭୟ ତ ଖାଲି …..

ହାରି ଯାଉଥିବା ବାପ ପଣିଆର,

ଧୁଡ୍ ଧୁଡ୍ ସ୍ତନ ଭିତରେ

ଦି’ ଟୋପା କ୍ଷୀର ନ ଦେଇ ପାରିବାର

ଅବଶୋଷର ……

ମରି ଯାଇଥିବା ମାତୃତ୍ୟର ……. ।

 

କେତେବେଳେ ……

ଭୋକର ଚଉଭେଦୀରେ

ବାପ ପଣିଆଟି ସ୍ଵାଭିମାନର ଗାମୁଛାଟାକୁ

ମୁହେଁ ମାଡି ଆ6ଣ୍ଠଇ ପଡ଼ିଛି

ଚିରାଚରିତ ସାହୁକାରର ବେଇମାନ

ଚଟାଣ ଉପରେ . . . . ତ…..

ଆଉକେବେ ……

ମାଆଟିଏ ଛାତିରେ କ୍ଷୀର ଭରିବା ପାଇଁ

କାହା ଅଁଇଠା ବାସନରେ ହେଉ/ ଅବା ଇଟା ଭାଟିର ନିଆଁରେ

ସନ୍ତୁଳି ହେଉଛି ……।

ତଥାପି …….. କ’ଣ …. ଏ …..ଭୋକ ମରୁଛି..?

କେବଳ ….. ସେ….ତ …. ଏଠି

ସ୍ୱାଧୀନତାର ସ୍ଵାଦ ଚାଖିଛି,

ଆଉ ସବୁ ତା’ ପାଖେ ପରାଧୀନ …..

ତା’ର ବିଦ୍ରୁପ ହସରେ …..ଭୋକ…..ଭୋକ…..

ଭୋକର …… ହାଡ ,ମାଂସରେ……

ଲୁହ, ଲହୁରେ ……ଭୋକ….. ।

 

ଭୋକ ….. ଖାଲି ଗରିବ କୁଡ଼ିଆର ଅତିଥି ନୁହଁ….

ଧନୀର ଲୋଲୁପ ଆଖିରେ ବି……ଭୋକ….

ଲମ୍ପଟର ବିକଳାଙ୍ଗ ସ୍ନାୟୁରେ ବି……ଭୋକ……

ନେତା ଆଉ ବେପାରୀର ସୁଇସ୍ ବ୍ୟାଙ୍କ ଆକାଉଣ୍ଟରେ …..ଭୋକ……

ଅଫିସର ଠୁ ଚପରାଶୀ …. ଯାଏ….

ଚଞ୍ଚକତାର ଫାଇଲ ଚାଷ ଭିତରେ

ଗୋଧି ଜିହ୍ବାରେ ସବୁ ଚାଟିଚୁଟି ସଫା କରିବାର …..6ଭାକ……

ଶିକାର ଆଉ ଶିକାରୀର ଯୁଦ୍ଧ ଭିତରେ

ଜିତିବାର ….ଭୋକ…..

ସବୁ ଆଡେ ….ଭୋକ…. ଆଉ …… ଭୋକ ……

ଭୋକର ନୀରବତାରେ ବି …..ଭୋକ…. ।

 

ସୂର୍ଯ୍ୟକାନ୍ତ ମହାପାତ୍ର

ବାଙ୍କୀ , କଟକ

ଇ-ମେଲ୍ : suryakant.mohapatra1980@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?