ଫିରିଙ୍ଗି ନବବର୍ଷ – ଅଶୋକ କୁମାର ସ୍ଵାଇଁ
1 min read
ଗରବେ କହୁ ଆମେ ଓଡିଆ
ସଂସ୍କୁତି ପରମ୍ପରା ଭାରି ବଢିଆ।
ପର ପାଇଁ ଆମ ହୃଦୟ କାନ୍ଦେ
ଗୋଟିଏ ସୂତାରେ ଆମକୁ ବାନ୍ଧେ।
କେଉଁଠୁ ଆସିଲା ଏ ନୂଆ ବରଷ
ସବରୁ ମନରେ ଖେଳୁଛି ହସ।
ଆଜି ବୋପାକୁ ନ ପୋଷି ମଉସା ପୋଷୁ
ବିଲ ବଦଳରେ ଟାଙ୍ଗର ଚଷୁ।
ନିଜ ନୂଆ ବରଷ ମନେ ନ ପଡଇ
ପର ତିଅଣରେ କଣ ପେଟ ପୁରଇ।
ଯଦି ପିତା ମାତାଙ୍କ ରହେ ଆଶିଷ
ପ୍ରତିଦିନ ହେବ ଆମ ନୂଆ ବରଷ।
ଅଶୋକ କୁମାର ସ୍ଵାଇଁ
ଗ୍ରାମ-ବାଲି ପାଟଣା, ଗ୍ରା.ପ- ବଳଭଦ୍ର ପୁର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା