Sahitya Jibana

Portal on odia literature

ଭିନ୍ନ ଏକ ଜୀବନ – ଅନୁରାଧା କର

1 min read

ଗଭୀର ନଈ ର ନୂଆ ନାଉରୀ ମୁଁ
ପାରେନାହିଁ ନାଆ ବାହି
ଆପ୍ରାଣ ଉଦ୍ୟମ ବୃଥା ହୁଏ ମୋର
ପବନ ର ବାଧା ପାଇ
ବିଜୁଳି ର ସେଇ ଭୟଙ୍କର ରୂପ
ଥରାଇ ଦିଏ ମୋ ଛାତି
କେଉଁ ଆଡ଼େ ଯିବି ବାଟ ଦିସେ ନାହିଁ
ମାଡ଼ି ଆସେ କାଳ ରାତି
ଅନ୍ଧକାର ମୟ ଦିଶେ ମତେ ପ୍ରାୟ
ଜୀବନ ର ଶେଷ ଗତି
ତଥାପି ପ୍ରୟାସ ଜାରି ରହିଥିବ
ଯୁଦ୍ଧ ହେବା ଯାଏଁ ଇତି
ଜୀବନ ର ଆଜି ଏମିତି ମୋଡ଼ ରେ
ଯାଇଛି ମୁଁ ଛିଡା ହୋଇ
ଫୁଲ ହେବା ଆଗୁ କଢ ଝଡିଯାଏ
ନପାଇ ଗଛର ଛାଇ ।

ଅନୁରାଧା କର
ଗ୍ରାମ- ମୈତ୍ର ତ୍ରିଲୋଚନ ପୁର
ଜିଲ୍ଲା – ପୁରୀ
ଇ-ମେଲ୍: anuradhakar29@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?