Sahitya Jibana

Portal on odia literature

ଫେରିଆ ଝିଅ – ସୁକାନ୍ତ ଖଣ୍ଡା

1 min read

ଆମେ ବାପମାଆ ଜନମ ଦେଇକି
ଖୁଆଇ ପିଆଇ ସବୁ
ବଡ଼ ହେବାପରେ ଅମଙ୍ଗଳ ଚିଂତା
କେମିତି କରି ପାରିବୁ?୧
ଏ ଘର ଛାଡି଼କି କେଉଁଆଡେ଼ ଗଲୁ
ଭାବିଲୁନି ଆମ କଥା
ସାତପର କରି ହୃଦୟ କନ୍ଦରେ
କାହିଁକି ଦେଉଛୁ ବ୍ଯଥା୨
ଫେରିଆ ଘରକୁ ଦେଖିଯାଆ ଥରେ
ତୋ’ ବାପା ମାଆଙ୍କ ଦୁଃଖ
ହେୟମନେ କରି ଛାଡି଼ ଚାଲିଗଲୁ
କେଉଁଠି ପାଉଛୁ ସୁଖ।୩
କହି ପାରିଥାଂତୁ ହୃଦୟ ଖୋଲିକି
ଯାହା ମନେ ଭାବୁଥିଲୁ
ସେମିତି ନ କରି ଗୋଡ଼ କାଢି଼ଯିବା
ଥରେ ମନେ ନ ଭାବିଲୁ?୪
ଏ ଘର ମଂଦିର ଶୂନଶାନ ହେଲା
ଶୁଭୁନାହିଁ କଳରବ
ଫେରିଆ ଝିଅଲୋ ଅନୁରୋଧ ରଖି
ବୁଝି ବାପାମାଆ ଭାବ।୫

ସୁକାନ୍ତ ଖଣ୍ଡା

ଶିକ୍ଷକ ମକାଶୁଖିଲା ପ୍ର।ଥମିକ ବିଦ୍ଯ।ଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି- କେନ୍ଦୁଝର ପି-୭୫୮୦୨୮

ହ୍ୱାଟ୍ସଆପ୍ ନମ୍ବର : 9938789673

Copyright © Sahitya Jibana | Newsphere by AF themes.
Open chat
Hello
How can you help we?