Sahitya Jibana

Portal on odia literature

ମାଲକାନଗିରି – ବିଶ୍ବନାଥ ଭୁଏ

1 min read

ଆସିଲେ ଥରେ ମାଲକାନଗିରି
ଇଚ୍ଛା ହେବ ନାହିଁ ଯିବାକୁ ଫେରି
ସୌନ୍ଦର୍ଯ୍ୟ ଭରା ଏ ପ୍ରକୃତି ଡୋରି
ବାନ୍ଧି ନିଏ ସତେ ମନକୁ ଘେରି ।
ପ୍ରକୃତି ଦେଇଛି ଏଠି ସ୍ବାଧୀନତା
ନଈନାଳେ ପୁଣି ଦୃଶ୍ୟ ନିରବତା
ପଶୁପକ୍ଷୀଙ୍କ ଦେଖି ସରଳତା
ବନ ବି ଗାଉଛି ଗୀତ ସଚ୍ଚୋଟତା ।
ହାତ ଧରାଧରି ପାହାଡ଼ ସତେକି
ଠିଆ ହୋଇଛନ୍ତି ମସ୍ତକ ଟେକି
ସୁନେଲୀ ସୂରୂଜ ଲୁଚକାଳି ଖେଳେ
ପାହାଡ଼ ଆଉ ଆକାଶର କୋଳେ ।
ଆହା ସତେ ଏଠି କେଡ଼େ ମନଲୋଭା
ସୌନ୍ଦର୍ଯ୍ୟଭରା ଏ ପ୍ରକୃତିର ଶୋଭା
ଭାବନା ଦୋଳିରେ ଥିରିଥିରି କରି
ଦୋଳିବାକୁ ମନ ହେଉଥାଏ ଝୁରି ।
ଆସିଲେ ଥରେ ମାଲକାନଗିରି
ଇଚ୍ଛା ହେବ ନାହିଁ ଯିବାକୁ ଫେରି…..!

ବିଶ୍ବନାଥ ଭୁଏ
କେଶାଇପାଲି, ଭଟଲି
ବରଗଡ଼, ମୋ-୯୬୬୮୮୭୮୫୮୮

Copyright © Sahitya Jibana | Newsphere by AF themes.
Open chat
Hello
How can you help we?