Sahitya Jibana

Portal on odia literature

ଆଈ କାନ୍ଦୁଅଛି ଲୁଚାଇ ମୁହଁ – ସୁକାନ୍ତ ଖଣ୍ଡା

1 min read

ସଂଜ ନଇଁ ଗଲେ ଗାଆଁର ଦାଂଡ଼ରେ
ନିଆଁ ଜଳୁଥାଏ ନିତି
କେଉଁଠାରେ ବୁଢା଼ କେଉଁଠାରେ ପିଲା
ପୋଇଁ ସଦା ହେଉଥାଂତି।୧
ଏମିତିକା ଦୃଶ୍ଯ ପୂରୁବେ ଥିଲାଟି
ଏବେ କିନ୍ତୁ ଆଉ ନାହିଁ
ଖାଆଁ ଖାଆଁ ସଦା ଦାଂଡ ଲାଗୁଅଛି
ଗଲେ ଡର ଲାଗୁଥାଇ।୨
ଦେଖା ଯାଉନାହିଁ ଭଳିଭଳି ନିଆଁ
ଶୀତର ଗୀତ ଶବଦ
ଛୁଆ କି ଭେଂଢିଆ ନିଜନିଜ ଘରେ
କେ’ଜାଣି କେ’ଦେଲା ଗଦ।୩
ଦାଂଡ କାଂଦୁଅଛି ନିଜ ଲୁହ ପିଇ
ମଉନେ ମୁହଁ ଲୁଚାଇ
ସରଗରମ ତା’ ସଞ୍ଜର ଦୃଶ୍ଯଟି
କେ’ନେଲା ପାଖୁ ଛଡେ଼ଇ।୪
ଏ ଶୀତ କାଳୀନ ସଂଧାର ଦୃଶ୍ଯଟି
ଶୋଭା ଯମା ବଢାଉନି
ଫେରି ଆସତାଂନି ପୂରୁବ ସୌନ୍ଦଯ୍ଯ
ଆଈ କାଂଦେ ବସି ତୁନି।୫

ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ର।ଥମିକ ବିଦ୍ଯ।ଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେଂଦୁଝର ପି-୭୫୮୦୨୮

ହ୍ୱାଟ୍ସଆପ୍ ନମ୍ବର : 9938789673

Copyright © Sahitya Jibana | Newsphere by AF themes.
Open chat
Hello
How can you help we?