ନାତି ଶୋଇଅଛି ବିଛଣାରେ ପଡି଼ – ସୁକାନ୍ତ ଖଣ୍ଡା
1 min readନାତି ଶୋଇଅଛି ବିଛଣାରେ ପଡି଼
ଉଠୁନି ଶୀଘ୍ର କାହିଁକି
ଆଈ ଉଠାଇକି କହିଲେ ନାତିରେ
ରାତି ତୋ’ ପାହି ନାହିଁକି?୧
ନବୀନ ପ୍ରଭାତ ଉଇଁଲାଣି ଆସି
କି ସୁନ୍ଦର ଦେଖ ରବିକୁ
କଅଁଳିଆ ଖରା ବିଂଛାଡି଼ ଦେଇଛି
ସଭିଙ୍କ ମନ ନେବାକୁ।୨
ଦଶଦିଗ ପାଳ ଉଜ୍ଜଳ ହେଲେଣି
ସମୀରଣ ଗୀତ ଗାଏ
କିସମ କିସମ ଫୁଲ ଫୁଟିଲେଣି
କେହି ନୁହେଁ ଦୁଃଖୀଟିଏ।୩
କି ମଂତ୍ର ବୁଣିଲା ପ୍ରଭାତ ଆସିକି
ସେ କେଉଁ ଦେଶରୁ ଆସି
ଯା’ର ପରଶରେ ପ୍ର।ଣୀ ଉଦିଭିଦ
ହେଉଛଂତି ବଡ଼ ଖୁସି।୪
କେତେ ମନୋହର ସୁଲୋଳିତ କଣ୍ଠ
ଚଢେ଼ଇ ହୃଦୁ ଆସୁଛି
ମଧୁପ ଫୁଲରେ ଚୁମିଚୁମି ଯାଇ
ଗୁଣୁଗୁଣୁ ଗାଉଅଛି।୫
ଉଠିପଡି଼ ତୁମେ ଜଗତ ପିତାଂକୁ
ସୁମରଣ ଥରେ କର
ନିଦ ପରିହରି କରମଟା କରି
ଭବିଷ୍ଯ ଉଜ୍ଜଳ କର।୬
ଶୁଣିକି ନାତିଆ ଆଈଙ୍କ ପାଖରୁ
ପ୍ରଭାତକୁ ନମସ୍କ।ର
ଆଈ ବାପା ମାଆ ସଭିଙ୍କ ଆଗରେ
ହୋଇଲା ସେ ଅଂଗୀକାର।୭
ଆଈ ମୁଣ୍ଡକୁ ତା’ ଆଉଁସି କହିଲେ
ଯେବେ ହେଲୁ ଅଂଗୀକାର
ସାଧୁଜନ ସହ ହାତକୁ ମିଳାଇ
ଭବିଷ୍ଯ ତିଆରି କର।୮
ନାତି ଟୋକା ଆଜି କରମ କରୁଛି
ଜଗତ ମଙ୍ଗଳ ପାଇଁ
ପର ଦୁଃଖେ ସୁଖେ ଠିଆ ହେଉଅଛି
ସଂତୋଷ ମନରେ ଥୋଇ।୯
ଆଉ ଶୋଇରହୁ ନାହିଁ ନାତିଟୋକା
ସକାଳୁ ଉଠୁଛି ନିତି
ନିଜ ଦେହମନ ପବିତ୍ର କରି କି
ଘରକୁ ଆଣୁଛି ଶାଂତି।୧୦
ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ର।ଥମିକ ବିଦ୍ଯ।ଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି- କେଂଦୁଝର ପି-୭୫୮୦୨୮