Sahitya Jibana

Portal on odia literature

ମୋ ଗାଁ – ଅଜୟ କୁମାର ମଲିକ

1 min read
seashore under white and blue sky during sunset

ମୋ ଗାଁ ଭୂଇଁର ଭିଜାମାଟି ବାସ୍ନା
ମନକୁ ନିଅଇ କିଣି
ଗାଁ ଆମ୍ବତୋଟା ସବୁଜ ପଡିଆ
କହେ ଅନେକ କାହାଣୀ  !
ଆମରି ଗାଁର ଭାଗବତ ଟୁଙ୍ଗି
ଦିଏ କେତେ ଉପଦେଶ
ସଞ୍ଜ ନଇଁଗଲେ ମନ୍ଦିର ବେଢାରେ
ଜଳେ କେତେ ସଞ୍ଜଦୀପ  !
ପୁନେଇଁ ପରଵ ରଜ ମଉଜରେ
ଆମ୍ବତୋଟା ହସି ଉଠେ
ସବୁ ମିଳିମିଶି ମଜା କରିଥାନ୍ତି
ଭାଇଚାରା ଗଢି ଉଠେ !
ଜାତି-ଧର୍ମ ଏଠି ବିଭେଦତା ନାହିଁ
କାନ୍ଧକୁ କାନ୍ଧ ମିଶାଇ
ସବୁରୀ କାର୍ଯ୍ୟରେ ଏକଜୁଟ ହୋଇ
ଚଳୁ ହୋଇ ଭାଇ-ଭାଇ !
ଫଗୁଣର ଫଗୁ ଶ୍ରାବଣର ବର୍ଷା
ଚିତ୍ତକୁ ହରଣ କରେ
କେତେ ସୁଖ-ଦୁଃଖ ବଣ୍ଟାବଣ୍ଟି ହୁଏ
ଆମ ଗାଁ ଆଖଡ଼ାରେ  !
କେତେ ମହାନ ସେ ଜନ୍ମଭୂମି ମୋର
ଆମ ସେ ସୁନ୍ଦର ଗାଁ
ଭୁଲି ନାହିଁ କେବେ ଭୁଲି ପାରିବିନି
ତାର ସେ ଛୋଟିଆ ନାଁ  !

ଅଜୟ କୁମାର ମଲିକ, ସହକାରୀ ଶିକ୍ଷକ, ଜୟପୁର, କୋରାପୁଟ, ଓଡିଶା  ଯୋଗାଯୋଗ – 9668513824
E-mail ajayamalik12@gmail.com

Copyright © Sahitya Jibana | Newsphere by AF themes.
Open chat
Hello
How can you help we?