Sahitya Jibana

Portal on odia literature

ତ୍ରିରଙ୍ଗା – ମନୋଜ କୁମାର ପଟ୍ଟନାୟକ

1 min read

ଯେ ଦେଶେ ରହିଛି ତିରଙ୍ଗା ପତାକା ଯେ ଦେଶେ ରହିଛି ସିନ୍ଦୁ

ଆମେ ତ ତାହାରି ଅସକ୍ଷ୍ୟ ସନ୍ତାନ ଦେଶ ସାରା ବିନ୍ଦୁ ବିନ୍ଦୁ

କୋଉ ଜନମର ତପବଳ ଲାଗି ଜନମିଛି ମହି ତଳେ

ସମ୍ବାଳିବି ଆଜି ଭାରତ ମାତାକୁ ତିରାଙ୍ଗା ପତକା ତଳେ

ଇଂରାଜୀ ଫିରିଙ୍ଗି ଆସିଥିଲେ ଦିନେ ବାଣୀଯ୍ୟ ଥିଲା ପ୍ରଧାନ

ଆମରି ମୁଣ୍ଡରେ ବନ୍ଧୁକ ରଖି କି ବହିନେଲେ ସବୁ ଧନ

ଭାରତ ମାତାର ଧନ ରତ୍ନ ଦେଖି ବଢିଲା ତାଙ୍କରି ଲୋଭ

ମନରେ ତାଙ୍କର କୂଟନୀତି ରଖି ବୋହିଲେ ଭାରତ ଦ୍ରବ୍ୟ

ଶ୍ରମିକ ମାନଙ୍କୁ ବଳଧ କରିକି କୃଷିକାଯ୍ୟ ସବୁ କଲେ

ବିନା ଦରମାରେ ଶ୍ରମିକ ଗୁଡାଙ୍କୁ ବେଠି ନେଇ ଖଟାଇଲେ

ଭାରତ ମାତାର ସନ୍ତାନ ଯିଏକି ମନେ ତାର ଭୟ ନାହିଁ

ଫିରିଙ୍ଗି ମାନଙ୍କୁ ଦଶରୁ ତଡିବା ଶପଥ କରିଲେ ତହିଁ

ନୀଳ ପାରବାର ଗାଏ ଯାର ଗୀତ ତା ଚରଣ ଛୁଇଁ ଛୁଇଁ

ସେ ମାଟିରେ ଆମେ ଜନମ ଲଭିଚୁ ଆଉ କିଛି ଲୋଡାନାହିଁ

ଫିରିଙ୍ଗି ମାନଙ୍କୁ ଦଶରୁ ତଡିବା ଦେଶ ଭକ୍ତିଙ୍କର ଯିଦି

ନିଜ ଜୀବନକୁ ବଜିରେ ଲଗାଇ ରଖିଲେ ମାତାର ସିଦ୍ଧି

ଯେ ଦେଶେ ରହିଚି ତିରଙ୍ଗା ପତାକା ସେ ଦେଶେ ରହିଚି ସିନ୍ଧୁ

ଗଙ୍ଗା ଯମୁନାକୁ ଗଳାହାର କରି ମାତାଙ୍କ ମଥାରେ ବିନ୍ଦୁ

ଏ ଦେଶର ମାଟି ଖାଣ୍ଟି ସୁନାଟିଏ ଛୁଇଁଲେ ସହିବୁ ନାହିଁ

ଶପଥ କରୁଛୁ ଭାରତ ମାତାକୁ ମହାନ୍ କରି ଗଢ଼ିବା ପାଇଁ

ଏ ଦେଶର ମାଟି ମୁଣ୍ଡରେ ଗୋଳାଇ ଶପଥ କରିବା ଯାଇ

ଭାରତ ମାତାର ମାନ ପାଇଁ ପରା ଜନମିଛୁ ଏହି ଭୂଇଁ

ଭାରତ ମାତାର ତ୍ରିରଙ୍ଗା ସେବାରେ ମୋ ଜୀବନ ପଛେ ଯାଉ

ଲକ୍ଷେ ଭାରତୀୟ ଜୀବନ ଯାଇକି ମୋ ଦେଶର ମାନ ହଉ

ମନୋଜ କୁମାର ପଟ୍ଟନାୟକ

ମୋବାଇଲ୍:-୯୯୩୭୩୦୭୮୫୭

ଗ୍ରାମ:- ରାଳବ ବ୍ଲକ:- ହିଞ୍ଜିଳିକାଟୁ

ଜିଲ୍ଲା:- ଗଞ୍ଜାମ ପିନ୍:- ୭୬୧୧୦୨

Copyright © Sahitya Jibana | Newsphere by AF themes.
Open chat
Hello
How can you help we?