ତୁମ ଅପେକ୍ଷାରେ – କଳ୍ପନା ରାୟ
1 min readତୁମ ଅପେକ୍ଷାରେ ସ୍ମୃତିର ତାଜମହଲ ତୋଳିଲି
ଟୋପା ଟୋପା ଶିଶିରବିନ୍ଦୁରେ ହୀରାର ଚିକ୍ ଚିକ୍ ରଙ୍ଗ ପାଲଟିଲି
ତୁମ ଅପେକ୍ଷାରେ ପଥହୁଡା ପଥିକ ପରି ପାଗଳ ହେଲି
ଜହ୍ନ ସାଙ୍ଗେ ମିତ ବସି ସ୍ମୃତି ସାଉଁଟିଲି
କୁଳୁକୁଳୁ ଝରଣାର ରାଗିଣୀ ଗଣିଲି
ତୁମ ଅପେକ୍ଷାରେ ଶୀତୁଆ ସକାଳକୁ ଖାତିର ନକରି କୁହୁଡି ଚାଦର ଘୋଡେ଼ଇ ଆଗକୁ ଚାଲିଲି
ଋତୁରାଣୀ କାନେ ଚୁପିଚୁପି କହିଲି
ତୁମ ଅପେକ୍ଷାରେ ନୀଳକଇଁ ତୋଳିବାକୁ ପାଣିରେ ଵୁଡିଲି ରିମ୍ ଝିମ୍ ଵରଷାରେ ଡର ଛାଡ଼ିଦେଲି
ମୋ ମନକୁଞ୍ଜରେ ଚାହିଁବାର ମଶାଲ ଜାଳିଲି ହେଲେ……………..
କଳ୍ପନା ରାୟ , ସହକାରୀ ଶିକ୍ଷୟିତ୍ରୀ, ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ, ଲଇଡା, ସମ୍ବଲପୁର