ପୁର୍ନଜନ୍ମ – ବିଶ୍ଵଜିତା ବରାଳ
1 min read
ତୁମ ସହ ବନ୍ଧୁତା କରି
ପାଇ ଗଲି ମୁଁ ସବୁ ସୁଖ,
ଦୁଇ ପଦ କଥା ନ ହେଲେ
ମତେ ଲାଗେ ସବୁ ବିମୁଖ ।।
ଶୁଷ୍କ ତୃଣ ପ୍ରାୟ ମୁଁ ଥିଲି
ମୃଦୁମଳୟ ହିଲ୍ଲୋଳରେ,
ପଲ୍ଲବୀତ ଅଧରେ ମୋ’ର
ନବ ଉନ୍ମେଷ ପ୍ରବାହିତ
ମୋ’ କ୍ଷୁଦ୍ର ଶିରା ଧମନୀରେ ।।
ଜୀବନ୍ୟାସ ଶୁଷ୍କ ତୃଣ ରେ
ଭିଜି ଦିଗ ବଳୟ ପରେ
ଦେଖି ତୁମ ପ୍ରଭାତ କାନ୍ତି
ସୁନେଲି ଆଭାରେ ମଜ୍ଜନ୍ତି ।।
ଦେହ ମନ ଶିହରୀ ଉଠେ
ପାଏ ଯାୈବନର ଉନ୍ମାଦ
ବିଚଳିତ ହୁଏ ମୋ ତନୁ
ପାଇ ଅମୃତର ଆହ୍ଲାଦ।।
ଜୀବନରେ ଭରିଛ ସ୍ବାଦ
ହଜିଯାଏ ଅମ୍ବର ମଧ୍ୟେ
ଉଡିବୁଲେ ବିହଙ୍ଗ ସମ,
ସାଉଁଟୁଛି ବସି ସପନ।।
ସାତସୁରେ ମୂର୍ଚ୍ଛନା ତୋଳେ
ଝଙ୍କୁରିତ ହୁଏ ପରାଣେ
ପୂର୍ଣ୍ଣତା ପାଇଛି, ମୋ ମନ
ଭିନ୍ନ ଏକ ପରିଚୟରେ।।
ବିଶ୍ଵଜିତା ବରାଳ ,କୋଣାର୍କ ପୁରୀ