Sahitya Jibana

Portal on odia literature

କାର୍ତ୍ତିକ ମାହାତ୍ମ୍ୟ – ବୈଜୟନ୍ତୀମାଳା ମହାପାତ୍ର

1 min read

ବାର ମାସ ମଧ୍ୟେ  କାର୍ତ୍ତିକ ମାସଟି
ଧର୍ମ ମାସରେ ଗଣନ,
ପ୍ରାତଃ ସ୍ନାନ ସହ ହବିଷ ଭୋଜନ
ତା ସହ ପୂଣ୍ୟ ଅର୍ଜନ ll

ଜପ,ତପ ସହ ବୃନ୍ଦାବତୀ ସେବା
ଚଉରା ମୂଳରେ ପୂଜା,
ପଞ୍ଚୁମୁରୁଜରେ ଦେବତା ,ନିଶୁଣି
ନାନା ରକମର ସଜ୍ଜା ll

ଦାମୋଦର ପୂଜା, ପଞ୍ଚୁକ ପାଳନ
ପୁଣି ଯେ ଅଅଁଳା ନବମୀ,
ଦୀପଦାନ ଶ୍ରାଦ୍ଧ ଦୀପାବଳୀ ଦିନ
ପୁଣି ପାଳନ ପୂର୍ଣ୍ଣମୀ ll

ନାରାୟଣ ସହ ନାରାୟଣୀଙ୍କର
ଆଶିଷ ମିଳେ ଅପାର,
ନାମ ସଙ୍କୀର୍ତ୍ତନ ଘଣ୍ଟ ମୃଦଙ୍ଗରେ
ପବିତ୍ର ହୁଏ ସଂସାର ll

ହରେକୃଷ୍ଣ ହରେରାମ ନାମ ମାଳ
ହୃଦୟ ରେ ଜପି ଜପି,
ପରଉପକାର ସାତ୍ତ୍ୱିକ ଭାବନା
ସଦା ଯେ ମନରେ ସ୍ଥାପି ll

ସାତ୍ତ୍ୱିକ ଭୋଜନ ବ୍ରହ୍ମଚର୍ଯ୍ୟ ବ୍ରତ
ମୁଖ୍ୟ ଯେ ପାଳନ ବିଧି ,
ଖ୍ୟୌର ନିଷେଧ ନଖ ,ଚୁଟି କଟା
ବାରିଲେ ମିଳଇ ସିଦ୍ଧି ll

ସଦାଚାର ସତ୍ୟ, ଦୟା, ଧର୍ମ ନ୍ୟାୟ
କ୍ଷମା ଯେ ହୃଦେ ବହଇ,
ପୂଣ୍ୟ ହୁଏ ଆତ୍ମା ନିର୍ମଳ ହୃଦୟେ
ପୂଣ୍ୟ ଫଳ ସେହୁ ପାଇ ll

ଯେ ଜନ କରନ୍ତି ପୂଣ୍ୟ ଏ ମାସ ରେ
ଚତୁଃବର୍ଗ ଫଳ ପାଏ,
ଇହ ଜଗତରେ ସୁଖ, ଶିରୀ ମିଳେ
ଅନ୍ତେ ସ୍ଵର୍ଗ ଧାମ ଯାଏ ll

ନାମରେ ବିଶ୍ୱାସ ଜୀବ ଠାରେ ଦୟା
ଯିଏ ହୃଦୟରେ ଭରି ,
କାର୍ତ୍ତିକ ବ୍ରତକୁ ପାଳନ କରଇ
ସେ ଭବ ଜଳୁ ଯାଏ ତରି ll

କବି ସୌରଭ
ବୈଜୟନ୍ତୀମାଳା ମହାପାତ୍ର
ବ୍ରାହ୍ମଣ ସାହି
ଫୁଲବାଣୀ, କନ୍ଧମାଳ

Copyright © Sahitya Jibana | Newsphere by AF themes.
Open chat
Hello
How can you help we?