Sahitya Jibana

Portal on odia literature

କାର୍ତ୍ତିକ ମାହାତ୍ମ୍ୟ – ରୁଦ୍ର ନାରାୟଣ ସାହୁ

1 min read

ବାରମାସ ମଧ୍ୟେ କାର୍ତ୍ତିକ ଶ୍ରେଷ୍ଠ ।

ଷଡ଼ାନନ ରୂପେ କାର୍ତ୍ତିକ ନିଷ୍ଠ ।।

ଧର୍ମ କୁ ଆଦର ମାସକ ଯାକ ।

ଆମିଷ କୁ ତ୍ୟାଗ କରଇ ବକ ।।

ହବିଷ୍ୟାଳିମାନେ ଏକାଠି ହୋଇ ।

ରାଧାମାଧବ ଙ୍କ ଗୁଣ ଗାଅଇ ।।

ମଠ ମନ୍ଦିର ରେ ଲାଗଇ ଭିଡ଼ ।

ମାସକ ପର୍ଯ୍ୟନ୍ତ ଆମିଷ ଛାଡ ।।

ମନ୍ଦିର ପୂଜାରୀ ଗଣଇ ଟଙ୍କା ।

ପରିବା ବେପାରେ ନଥାଏ ଶଙ୍କା ।।

ଦୀପାବଳୀ ଅଟେ ଆଲୋକ ପର୍ବ ।

ପୂର୍ବପୁରୁଷ ଯେ ଆମର ଗର୍ବ ।।

ରାସ ପୂର୍ଣ୍ଣିମାରେ ରାସ ଆଚରି ।

ଗୋପନାରୀ ମନ କରିଲେ ଚୋରି ।।

ମାସର ମାହାତ୍ମ୍ୟ ମହତ୍ୱପୂର୍ଣ୍ଣ ।

ସବୁ ମନସ୍କାମ ହୁଅଇ ପୂର୍ଣ୍ଣ ।।

ଆ-କା-ମା-ବୈ ଆମରି କଥା ।

ସ୍ମରଣ କରାଏ ବାଲିର ଯାତ୍ରା ।।

ସବୁ ମାସ ଯେବେ କାର୍ତ୍ତିକ ହେବ ।

ପାପରୁ ମନୁଷ୍ୟ ନିସ୍ତରି ଯିବ ।।

ରୁଦ୍ର ନାରାୟଣ ସାହୁ
କଟକ
Pin :- 753001

Copyright © Sahitya Jibana | Newsphere by AF themes.
Open chat
Hello
How can you help we?