କାର୍ତ୍ତିକ ମାହାତ୍ମ୍ୟ – ମଧୁଲିତା ନାୟକ
1 min readବାର ମାସ ମଧ୍ୟେ ସାର,
କାର୍ତ୍ତିକ ଅଟେ ନାମ ତାର…!!
ନର ନାରୀ ମାନେ ପ୍ରାତ କାଳୁ ଉଠି,
ଶୀତଳ ଜଳରେ ସ୍ନାନ କରନ୍ତି…!!
ଶୁଭ୍ର ବସ୍ତ୍ର ପିନ୍ଧି କୁସୁମ ସହିତ,
ଦିଅଁ ଦରଶନେ ମନ ପୁଲକିତ..!!
ତିଳକ ଚନ୍ଦନ ମସ୍ତକରେ ଲାଗେ,
ଅଳତା କୁଙ୍କୁମେ ନାରୀ ମୁଖ ସାଜେ..!!
ଶିଶିରର ବିନ୍ଦୁ ଟପ୍ ଟପ୍ ପଡେ,
ଶେଫାଳିକା ପୁଷ୍ପ ପ୍ରାତେ ଝରି ପଡେ.!!
ସହରରୁ ପଲ୍ଲୀ ଗୃହେ ପରବେଶ,
ସାତ୍ତ୍ବିକ ରାନ୍ଧଣା ମହ ମହ ବାସ..!!
ଗ୍ରାମେ ଗ୍ରାମେ ଶୁଭେ ରାହାସ ସଙ୍ଗୀତ,
ନାଚେ ମନ ଦେଖି କୃଷ୍ଣ ସାଥେ ଗୋପାଙ୍ଗନା ନୃତ୍ୟ..!!
ଚଉରା ମୂଳରେ ସନ୍ଧ୍ୟା ଦୀପ ଜଳେ,
କାର୍ତ୍ତିକ ମହାତ୍ମ୍ୟ ଶୁଭେ ପ୍ରାତ କାଳେ..!!
ନରନାରୀ ମାନେ ଉପବାସ କରି,
ସାଧବ ପୁଅଙ୍କୁ ଦିଅନ୍ତି ଶ୍ରଦ୍ଧାଞ୍ଜଳୀ..!!
ପୂର୍ଣ୍ଣମୀ ର ଚାନ୍ଦ ନାଚି ନାଚି ଖେଳେ,
ଡଙ୍ଗାମାଳ ଝୁଲି ଝୁଲି ମିଶେ ମହୋଦଧି ଜଳେ..!!
ମଧୁଲିତା ନାୟକ
ଗ୍ରାମ/ପୋ -ସଅଁରା,
ଭାୟା – ନାଲିବର
ଜିଲ୍ଲା – ଜଗତସିଂହପୁର
୭୫୪୧୦୪
ଇ-ମେଲ୍ ଠିକଣା :
madhulitanayak34@gmail.com