ଶିଶୁ ଦିବସ – ସୁକାନ୍ତ ଖଣ୍ଡା
1 min readକ୍ଷୀରନୀର ପରି ଭଲ ପାଉଥିଲେ
ନେହେରୁ ଓ ଶିଶୁଗଣ
ଅପାର ଆନନ୍ଦେ କୋଳାକୋଳି ହୋଇ
ସଭିଏଁ ହୁଅନ୍ତି ଧନ୍ଯ।୧
ଭଲ ପାଇବାଟା ଥିଲା ମଜଭୁତ
ଯେମିତି ଦେହର ଛାଇ
ସଂସାର ହାଟରେ ଭୁଲି ଯାଉଥିଲେ
ମିଠା କଥାସବୁ ଖାଇ।୨
ଭଲ ପାଉଥିଲେ ବୋଲି ତ ଉଭୟେ
ଯେ ଦିନୁ ଚହଳ ହେଲା
ଜନମ ଦିବସ ପାଳନ ସକାଶେ
ସଂସଦେ କଥା ଉଠିଲା।୩
ସମର୍ଥନ ପାଇ ଲିପିବଦ୍ଧ ହେଲା
ଶିଶୁଙ୍କର ହସ ପାଇଁ
ମାନ୍ଯତା ପାଇଲା ସାରା ଭାରତରେ
ଜାତୀୟ ଦିବସ ହୋଇ।୪
ଘେନ ହେ ପ୍ରଣାମ ଜନମ ଦିବସେ
ପୂର୍ଣ୍ଣାତ୍ମା ନେହେରୁ ତୁମେ
ଭକତିର ଅର୍ଘ୍ଯ ଗ୍ରହଣ କରନ୍ତୁ
ପୂଜାକରେ ବସି ଧ୍ଯାନେ।୫
ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮